କରୋନା ଯୋଦ୍ଧାଙ୍କୁ ସମ୍ମାନ ।

0 27

ପଦ୍ମପୁର,୨୦/୦୭(ପିପିଟି);ବର୍ତ୍ତମାନ ସାରା ବିଶ୍ବ ରେ କରୋନାର ଭୟାବହତା ବଢ଼ିବାରେ ଲାଗୁଥିବା ବେଳେ ଭାରତରେ ମଧ୍ୟ ବର୍ତ୍ତମାନ ଦିନକୁ ଦିନ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ଘଡି ସନ୍ଧି ମୁହୂର୍ତ୍ତରେ ଲକଡାଉନ ଖୋଲିଥିଲେ ହେ କିଛିଟା କଟକଣା ଜନସାଧାରଣ ଙ୍କ ହିତ ସାଧନ ପାଇଁ ସରକାରଙ୍କ ଦ୍ୱାରା ପ୍ରଶସ୍ଥ କରାଯାଇଛି। ଏହି ପରିସ୍ଥିତିରେ ନିଜର ଦାୟିତ୍ୱ ନଭୁଲି କର୍ତ୍ତବ୍ୟ ପ୍ରରାୟଣତାର ସହ ନିଜର ଦାୟିତ୍ୱ ବହନ କରୁଛନ୍ତି, ଦେଶର ପ୍ରଧାନ ମନ୍ତ୍ରୀ ଦେଶରେ ଲାଗିପଡିଥିବା କରୋନା ଯୋଦ୍ଧା ମାନଙ୍କୁ ଯଥା, ସ୍ୱାସ୍ଥ୍ୟକର୍ମୀ,  ସଫେଇ କର୍ମଚାରୀ ,ପୋଲିସ ବିଭାଗର କର୍ମଚାରୀ ,ଅଙ୍ଗନୱାଡି କର୍ମୀ  ତଥା ବଭିନ୍ନ ବିଭାଗୀୟ କର୍ମଚାରୀ ପ୍ରମୁଖଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ବର୍ଦ୍ଧିତ କରିଥିବା ବେଳେ ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ପଦ୍ମପୁର ର ୧୭ ଜଣ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ଗୋଡ଼ ଧୋଇବା ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଏହି ସମୟରେ ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରିତେଶ କୁମାର ବହିଦାର, ବରିଷ୍ଠ ନେତା ଅଶୋକ ମିଶ୍ର, ହରି ସିଂ, ସରୋଜ ମିଶ୍ର, ସୁବାଷ ପାତ୍ର, ନାରୀ ନେତ୍ରୀ ଜ୍ୟୋତ୍ସ୍ନା ରାଣୀ କର,ନରୋତ୍ତମ ପ୍ରଧାନ,  ନଗର ଯୁବମୋର୍ଚ୍ଚା ସଭାପତି ପ୍ରମୋଦ ମେହେର, ଯୁବନେତା ନରେଶ ସୁନ୍ଦର ସାହୁ, ଇଂଜିନିୟର କୁନାଲ ପାଣିଗ୍ରାହୀ, ହିତେଶ ଅଗ୍ରୱାଲ, ରାଜୀବ ବଗର୍ତ୍ତି, ଦିନେଶ ବାରିକ, ଦୀପକ ବାରିକ, ନବକିଶୋର ମେହେର, ରାଜୁ ମହାରଣା କାହ୍ନା ବାରିକ ପ୍ରମୁଖ କର୍ମୀ ଉପସ୍ଥିତ ରହି କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିଥିଲେ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.