କରୋନା ମାରିଛି ଚାଷୀ ପେଟରେ ଲାତ ।

0 86

ପଦ୍ମପୁର ,(ପିପିଟି ନ୍ଯୁଜ୍)୧୮/୦୪-ଠିକ ସମୟରେ ବଜାରରେ ବିକ୍ରି ନ ହେବାରୁ ନଷ୍ଟ ହୋଇଗଲା ଲକ୍ଷ ଲକ୍ଷ ଟଙ୍କାର  ମିରିଚ । ଚିନ୍ତାରେ ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ରେ ଥିବା ମହାରାଣୀମେରିପୁର ଗ୍ରାମର ଚାଷୀ ଦୁର୍ଲଭ କୁଆଁର  । ବରଗଡ଼ ଜିଲ୍ଲାର ଏହି ଚାଷୀ ୩ ଲକ୍ଷ ଟଙ୍କା  ଖର୍ଚ୍ଚ କରି ଚାଷ କରିଛନ୍ତି । ଏଥିପାଇଁ  ୨ଲକ୍ଷ ଟଙ୍କା ଋଣ ଆଣି ମିରିଚ ଚାଷ କରିଥିଲେ । ଏବର୍ଷ  ଭଲ ଚାଷ ହୋଇଥିଲା ଏବଂ ବେସ  ଭଲ ରୋଜଗା ର କରିବା ଅସାରେ ଥିଲେ  । ବଜାରରେ ଏବର୍ଷ ମିରିଚ ବିକ୍ରି କରି ଲାଭବାନ ହେବା ସହ ଋଣ ପରିଶୋଧ କରିବେ ବୋଲି ଆଶା ବାନ୍ଧିଥିଲେ । କିନ୍ତୁ କୋରୋନା ଲକଡାଉନ ଯୋଗୁ ପନିପରିବା ବଜାର ବନ୍ଦ ହୋଇଗଲା ।  ତେଣୁ ବଜାରରେ ମିରିଚ ବିକ୍ରି ହୋଇପାରିଲାନି । ଫଳରେ କୁଇଣ୍ଟାଲ କୁଇଣ୍ଟାଲ ମିରିଚ ପାଚି ନଷ୍ଟ ହୋଇଯାଇଛି ଏବଂ କିଛି ତୋଳି ରଖିଛନ୍ତି । ପୂର୍ବ ରୁ ସେ ଭୁବନେଶ୍ୱର ,ବ୍ରହ୍ମପୁର ଓ ଦାମନଯୋଡି ବଜାରକୁ ପଠାଇ ଭଲ ପଇସା ରୋଜଗାର କରୁଥିଲେ  ହେଲେ ଲକଡାଉନ ସର୍ବସ୍ବାନ୍ତ କରିଦେଇଛି । ଏହାସହ ବରଗଡ ଜିଲ୍ଲାରେ ଶୀତଳ ଭଣ୍ଡାର ନ ଥିବାରୁ   ପଦ୍ମପୁର ଅଞ୍ଚଳର  ଅନେକ ଚାଷୀଙ୍କ ମିରିଚ, କଲରା, ପୋଟଲ ଆଦି ଚାଷ ପାଚି ନଷ୍ଟ ହୋଇଯାଇଛି କୋଣସି ଅଧିକାରୀ ଏହିସବୁ ସମସ୍ୟାକୁ ଧ୍ୟାନ ଦେଉ ନାହାଁନ୍ତି ଏହି ମହାମାରୀ ସମୟରେ ମଧ୍ୟ ଅଧିକାରୀ ସେହି ଖାମଖିଆଲ ନିତୀ ରେ ଚଳୁଛନ୍ତି । ତେଣୁ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି । କୃଷି ବିଭାଗର ର କୋଣସି କର୍ମଚାରୀ ମଧ୍ୟ ଧ୍ୟାନ ଦେଉନାହାନ୍ତି । ବେପାର ବୁଡିଲେ ସରକାର ସହାୟତା ପ୍ରଦାନ କରିବେ , ତାଙ୍କ ପାଖରେ ହିସାବ ଅଛି । ହେଲେ ଏହି ଲକ ଡ଼ାଉନ ସମୟରେ ଚାଷୀର ଏକର ଏକର ପନିପରିବା ଚାଷ ମାଟିରେ ମିଶି ଯାଉଛି ।ଯାହାର ହିସାବ କୃଷି ବିଭାଗ ପାଖରେ ନାହିଁ । ତେବେ କ୍ଷତି ପୁରାଣ ଦେବେ କିପରି। ତେଣୁ ଶୀଘ୍ର ସରକାର ପଦକ୍ଷେପ ନେବା ଦାବି ହେଉଛି  ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.