ମାଓବାଦୀଙ୍କ ଦ୍ବାରା ପୋତାଯାଇ ନଥିବା ମାରଣାସ୍ତ୍ର ଉଦ୍ଧାର ।

0 216

ମାଲକାନଗିରି,୨୫/୦୭(ପିପିଟି):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଘନବେଡାରେ ବିଏସ୍‌ଏଫ୍‌ ବାହିନୀ ଏକ ମାଓବାଦୀ ମିଳିତ ଅପରେସନ ସମୟରେ
ସ୍ବାଭିମାନ ଅଞ୍ଚଳରେ ଥିବା ଏକ ଜଙ୍ଗଲ ରୁ ମାଓବାଦୀଙ୍କ ଦ୍ବାରା ପୋତାଯାଇ ଥିବା ମାରଣାସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି।

ବିଶେଷ ସୂତ୍ରରୁ ଖବର ପାଇ ଘନବେଡାସ୍ଥିତ ୧୭୭ ବାଟାଲିୟନ ବିଏସ୍‌ଏଫ୍‌ ବାହିନୀ ଏବଂ ଡିଭିଏଫ୍‌ ବାହିନୀ ମିଳିତ ଭାବେ ଜୋଡାମ୍ବ ଥାନା ଅଞ୍ଚଳରେ କମ୍ବିଂ ଅପରେଶନ ଆରମ୍ଭ କରିଥିଲେ। କମ୍ବିଂ ଅପରେଶନ ସମୟରେ ଜୋଡାମ୍ବ ଥାନା ଅନ୍ତର୍ଗତ ଅରାପଦର ଓ ଘୁସୁମପଦର ମଧ୍ୟରେ ଥିବା ଜଙ୍ଗଲ ଅଞ୍ଚଳରେ ଏକ ସ୍ଥାନରେ ମାଓବାଦୀ ଡମ୍ପ ଥିବା ଜାଣିବାକୁ ପାଇଥିଲେ। ପରେ ସୁରକ୍ଷା ବାହିନୀ ଉକ୍ତ ଡମ୍ପକୁ ଜବତ କରିଥିଲେ।ଜବତ ସାମଗ୍ରୀ ମଧ୍ୟରେ ୩ଟି ଆଇଇଡି ବୋମା, ୩୨ଟି ଜିଲେଟିନ୍‌ ଷ୍ଟିକ୍‌, ୧୧ଟି ଡିଟୋନେଟର, ୫୦୦ ଗ୍ରାମ ଗନ୍‌ ପାଉଡର, ୩ ମିଟର କୋଡେକ୍ସ ତାର, ଗୋଟିଏ ଛୋଟ ସୋଲାର ପ୍ୟାନେଲ, ଗୋଟିଏ ରେଡିଓ, ୨ଟି ଟର୍ଚ୍ଚ ଲାଇଟ୍‌, ଗୋଟିଏ ଜେଟ୍‌ ସ୍ପ୍ରେ ପାଇପ୍‌ ଏବଂ ୨୫ ମିଟର ବିଦ୍ୟୁତ୍‌ ତାର ରହିଛି। ଏକଦା ଜୋଡାମ୍ବ ଥାନା ଅଞ୍ଚଳ ମାଓବାଦୀଙ୍କ ଦୁର୍ଗ ଭାବରେ ପରିଚିତ ଥିଲା। ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ମାଓବାଦୀମାନେ ଏହି ବିସ୍ଫୋରକ ସାମଗ୍ରୀ ଜଙ୍ଗଲରେ ଲୁଚାଇ ରଖିଥିଲା ବୋଲି ବିଏସ୍‌ଏଫ୍‌ ତରଫରୁ କୁହାଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.