କରୋନାରେ ମୃତ ପ୍ରଫୁଲ୍ଲଙ୍କ ପରିବାର ପାଇଁ ପାଠ ପଢିବା ଓ ବଞ୍ଚିବାକୁ ନେଇ ସଂଘର୍ଷ ଆରମ୍ଭ ।

0 2,363

ପୋଲସରା,(ପିପିଟି)୧୧/୦୫,ସାରା ବିଶ୍ୱକୁ ଗ୍ରାସିଛି କରୋନା ।ଏଥିରେ ଗଲାଣି ଦୁଇ ଲକ୍ଷରୁ ଅଧିକ ଜୀବନ ।କରୋନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବହୁ ପ୍ରଚେଷ୍ଟା ଜାରି ରହିଛି ।ପ୍ରଶାସନ ମଧ୍ୟ ସଜାଗ ରହିଛି ।ପ୍ରଶାସନର ସଜାଗସତ୍ତ୍ୱେ ସ୍ଥାନୀୟ ପ୍ରଶାସନର ଅସହଯୋଗ ହେତୁ ଗଞ୍ଜାମ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ଘଟିଛି ।ଯାହାକୁ ନେଇ କୋହଭରା କଣ୍ଠରେ କାନ୍ଦିକାନ୍ଦି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ସ୍ତ୍ରୀ ରିତା ବେହେରା ଓ ଝିଅ ସୋନାଲି ।ଏହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଢୁଙ୍କାପଡା ସ୍ଥିତ ସଙ୍ଗରୋଧ ଗୃହରେ ।ଶୁକ୍ରବାର ସୁରତ ଫେରନ୍ତା ପ୍ରଫୁଲ୍ଲ ବେହେରାଙ୍କ ମୃତ୍ୟୁ ଘଟିଥିଲା ପ୍ରଶାସନ ପକ୍ଷରୁ ଶବ ନିକଟକୁ କେହି ଯାଇନଥିଲେ ।ଯେହେତୁକି ମୃତକଙ୍କ ପରିବାର ପକ୍ଷରୁ ଶେଷ ଦର୍ଶନ ଲାଗି ମଧ୍ୟ ଛାଡି ନଥିଲେ ।ଯେହେତୁ କରୋନାର ଭୟ ରହିଛି ।ପ୍ରଫୁଲ୍ଲ ବେହେରାଙ୍କ ମୃତ୍ୟୁ ପରେ ପରେ ଧର୍ଯ୍ୟହରା ହୋଇ ଭାଙ୍ଗିପଡିଛନ୍ତି ସ୍ତ୍ରୀ ରିତା ବେହେରା,ସହ ଚାରୋଟି ଝିଅ ଓ ବୁଢ଼ୀ ମାଆ ।ବାପାଥିଲେ ରୋଜଗାର କରି ଦେଉଥିଲେ ପାଠ ପଢୁଥିଲୁ ନୂଆ ଡ୍ରେସ ପିନ୍ଧୁଥିଲୁ ଖାଉଥିଲୁ।କରୋନା ନେଇଗଲା ବାପାଙ୍କୁ।ଚାଲିଗଲା ବାପାଙ୍କ ଜୀବନ ଆମେ ବର୍ତ୍ତମାନ ଅସହାୟ ଆମେ କେମିତି ଚଳିବୁ,କେମିତି ପଢ଼ିବୁ, ଖାଇବାକୁ ଦେବକିଏ ।ଏହିଭଳି କାନ୍ଦି କାନ୍ଦି କୋହଭରା କଣ୍ଠରେ କହିଛନ୍ତି ମୃତକ ପ୍ରଫୁଲ୍ଲଙ୍କ ଦଶ ବର୍ଷର ବଡ଼ ଝିଅ ସୋନାଲି । ପ୍ରଫୁଲ୍ଲଙ୍କ ମୃତ୍ୟୁ ହେବାର ଚାରିଦିନ ବିତି ଗଲାଣି ତଥାପି ଏହି ଅସହାୟ ପରିବାରକୁ ସରକାରଙ୍କ ତରଫରୁ କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନାହିଁ ବୋଲି କହିଥିଲେ ମଧୂପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ବସନ୍ତ କରଣ ।କେବଳ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ନଗଦ ଦଶ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।ଅନ୍ୟ ପକ୍ଷରେ ସରକାର ତୁରନ୍ତ ସହାୟତା ପ୍ରଦାନ କରିବା ଲାଗି ମଧୁପଲ୍ଲୀ ଗ୍ରାମବାସୀ ନିବେଦନ କରିଛନ୍ତି ।
ରିପୋର୍ଟ – ନୃସିଂହ ନାଥ ସ୍ବାଇଁ ।

Leave A Reply

Your email address will not be published.