ଓଡିଶାରେ କରୋନା ପଜଟିଭ୍ ୧୬୦ ଛୁଇଁଲା, ଗଞ୍ଜାମରେ ଦୁଇ ଚିହ୍ନଟ ।

0 752

ବ୍ରହ୍ମପୁର,(ପିପିଟି)୦୩/୦୫ ,ଓଡିଶାରେ କରୋନା ପଜଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଆଜି ସକାଳ ସୁଦ୍ଧା ୧୬୦ ପଜଟିଭ୍ ରହିଛି ।ସୁରତରୁ ଗଞ୍ଜାମ ଜିଲ୍ଲାକୁ ଫେରିଥିବା ପ୍ରବାସୀ ଓଡିଆଙ୍କ ମଧ୍ୟରୁ ଦୁଇ ଜଣଙ୍କର ପଜଟିଭ୍ ରିପୋର୍ଟ ଆସିଛି ।ଦୁଇ ଜଣଙ୍କର ବୟସ ୧୭ ଓ ୨୨ ବୋଲି ଜଣାପଡିଛି । ଗଞ୍ଜାମ ଗ୍ରୀନ୍ ଜୋନରୁ ଅରେଞ୍ଜ ଜୋନ ହୋଇଛି ।ଓଡିଶାରେ ୧୬୦ ପଜଟିଭ୍ ମଧ୍ୟରୁ ୧୦୩ ଜଣ ଚିକିତ୍ସାଧିନ ରହିଛନ୍ତି । ୫୬ ଜଣ ସୁସ୍ଥ ହୋଇ ଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ।ବର୍ତ୍ତମାନ ପ୍ରବାସୀ ଓଡିଆଙ୍କ ଫେରନ୍ତା ପରେ ରାଜ୍ୟରେ କରୋନା ପଜଟିଭ୍ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

Leave A Reply

Your email address will not be published.