ଉତ୍ତର ପୁର୍ବ ବିଶ୍ୱବିଦ୍ୟାଳୟ ତାଇକଣ୍ଡୋ ପ୍ରତିଯୋଗିତାରେ ଏହେସାସ ତାଇକଣ୍ଡୋ ଏକାଡେମୀର ୬ ଖେଳାଳି ।

0 40

ଉଲୁଣ୍ଡା ,୨୭/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଏହେସାସ ତାଇକଣ୍ଡୋ ଏକାଡେମୀ ର ୬ ଖେଳାଳି ଉତ୍ତର ପୂର୍ଵ ବିଶ୍ୱବିଦ୍ୟାଳୟ ରେ ଅନୁଷ୍ଠିତ ହେବାକୁ ଥିବା ତଇକଣ୍ଡୋ ଚମ୍ପିଆନସିପରେ ଅଂଶଗ୍ରହଣ କରିଛନ୍ତି। ପଞ୍ଜାବ ଜଳନ୍ଧର ଏଲ.ପି.ୟୁ ବିଶ୍ୱବିଦ୍ୟାଳୟ ଠାରେ ୨୨ ଡିସେମ୍ବର ରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଉକ୍ତ ଚମ୍ପିଆନସିପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏହି ୬ ଜଣିଆ ଟିମ୍ ଅଂଶଗ୍ରହଣ କରିଛନ୍ତି । ଏହି ଟିମର ପୁରୁଷ ବର୍ଗରେ ବବୁଲୁ କର୍ଣ୍ଣ, ବିଶ୍ୱନାଥ ଭୋଇ,ବିଶ୍ୱରଞ୍ଜନ ସାହୁ, ସୁରଜ ପଟ୍ଟନାୟକ ଯୋଗଦେଇଥିବାବେଳେ ମହିଳା ବର୍ଗରେ ହର୍ଷିତା ନାୟକ ଓ ପ୍ରୀୟଦର୍ଶନୀ କର ଅଂଶଗ୍ରହଣ କରିଛନ୍ତି । ଏହି ଟିମର ହେଡ କୋଚ ଭାବେ ଏହେସାସ ହୋତା ଏବଂ ସହକାରୀ କୋଚ ଭାବେ ଅନ୍ୱେଶ ହୋତା ଜଳନ୍ଧର ଗସ୍ତ କରିଥିବା ଜଣାଯାଇଛି । ଏହି ଖେଳାଳୀଙ୍କ ସଫଳତା ପାଇଁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ବିଦୁ ଭୂଷଣ ମିଶ୍ର, କ୍ରୀଡା ନିର୍ଦ୍ଦେଶକ ଅଭିନାଶ କର, ବରିଷ୍ଟ କ୍ରୀଡା ପ୍ରଶିକ୍ଷକ ରାମ କୁମାର ସାହୁ, ରାଜ୍ୟ ତାଇକଣ୍ଡୋ ସଂଘ ସଂପାଦକ ମନମୋହନ ଭଞ୍ଜ, ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା ପ୍ରମୁଖ ଶୁଭେଚ୍ଛା ଜଣେଇଛନ୍ତି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.