ବୋଲଗଡ଼,୦୬/୧୦(ପିପିଟି): ବେଗୁନିଆ ବ୍ଳକ ଅଞ୍ଚଳର ଗେଡିଆପଲ୍ଲୀ ପଞ୍ଚାୟତର ଗୌଡପାଟଣା ଗ୍ରାମରେ ଲଙ୍କାଆମ୍ବ ପଡିଆରେ ଗାଇଚରୁଥିବା ବେଳେ ମାଲିକ ଦୂରରୁ ଠିଆହୋଇ ନିଜ ଗାଈମାନଙ୍କ ଉପରେ ନଜର ରଖିଥିବାବେଳେ ଛିଡିଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଈ ଉପରେ ଛିଡିପଡିବାରୁ ତାର ଚିତ୍କାର ଶୁଣି ଅନ୍ୟଗାଈ ଗୁଡିକ ଅତର୍କିତ ଭାବରେ ଏଣେତେଣେ ଧାଇଁବାକୁ ଲାଗିଲେ। ଏହି ଅବସ୍ଥା ଦେଖି ମୃତ ଗାଈର ମାଲିକ ରବିନ୍ଦ୍ର ବେହେରା ଓ ଗ୍ରାମବାସୀ ମାନେଆସି ଦେଖିଲାବେଳକୁ ଗାଈଟି ପ୍ରାଣହରାଇ ସାରିଛି। ସଙ୍ଗେ ସଙ୍ଗେ ଗାଈର ମାଲିକ ସ୍ଥାନୀୟ ସରପଞ୍ଚ ଅର୍ଜୁନ ବେହେରାଙ୍କୁ ଖବର ଦେବା ପରେ ସେମଧ୍ୟ ତଦାରଖକରି ଜାଣିଥିଲେ ଯେ, ଗାଈର ମୃତ୍ୟ ହୋଇଛି। ସଙ୍ଗେ ସଙ୍ଗେ ଖବରପାଇ ପିପିଟି ନ୍ୟୁଜ୍ ର ପ୍ରତିନିଧି ବିଦ୍ୟୁତ ବିଭାଗର ଏଭଳି ଦାୟିତ୍ୱହୀନତା ଉପରେ ଏସଡିଓଙ୍କ ସହ ଆଲୋଚନା କରିବାରୁ ସେ ପ୍ରକାସ କଲେକି ନିଜେ ଘଟଣା ସ୍ଥଳକୁ ଯାଇ ପରିଦର୍ଶନ କରି ଜଦି ଘଟଣାସତ୍ୟ ହୋଇଥାଏ ଏହାଉପରେ କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)