ଅର୍ଥାଭାବରୁ ଚିକିତ୍ସାରୁ ବଞ୍ଚିତ ସଂଚିତା ମହାନନ୍ଦ ।

0 281

ପଦ୍ମପୁର,ତା- ୧୯/୦୬(ପିପିଟି); ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଲଖମରା ପଞ୍ଚାୟତ  ଅଧିନସ୍ଥ ବମରିତ ଗ୍ରାମର ସଂଚିତା ମହାନନ୍ଦଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ସମୟରେ ବରଗଡ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ଏବଂ ପଦ୍ମପୁର ଉପଖଣ୍ଡର ଉପଜିଲ୍ଲାପାଳ  ତନ୍ମୟ କୁମାର ଦରୱାନ ଖବର ପାଇ ବମରିତ ଗ୍ରାମରେ ହଠାତ ପହଞ୍ଚି ହୃଦରୋଗ ପିଡିତା ସଂଚିତା ମହାନନ୍ଦ ଏବଂ ତାଙ୍କ ପରିବାରର ସଦସ୍ୟ ମାନଙ୍କ ଦୁଃଖର କାହାଣୀ ଶୁଣିବା ସହ ଚିକିତ୍ସା ସଂପର୍କିତ କାଗଜପତ୍ର ଦେଖିବା ସହ ସରକାରଙ୍କ ନିୟମାନୁସାରେ ଚିକିତ୍ସାପାଇଁ ସହାୟତା ପ୍ରଦାନ କରିବାକୁ ନିର୍ଭର ପ୍ରତିଶୃତି ଦେଲେ ।ଏହା ସହିତ ଜିଲ୍ଲାପାଳ ରାସନ କାର୍ଡ ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କ ଏହି ତୋଫାନୀ ଗ୍ରସ୍ତ ସମୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ ବୋଲି ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.