ବେଲଗୁଣ୍ଠା, ୧୪/୧୧(ପିପିଟି):ମା କୁଳଗଙ୍ଗା ନିଖିଳ ଉତ୍କଳ ଆଳିଆ ଖଣ୍ଡାୟତ ସମାଜ କେନ୍ଦ୍ରୀୟ କାର୍ଯ୍ୟାଳୟ ରେ ସମଗ୍ର ଜାତି ସଂଗଠନର ଜର୍ମକର୍ତ୍ତାଙ୍କୁ ନେଇ ଆଜି କେନ୍ଦ୍ରୀୟ କାର୍ଯ୍ୟାଳୟ ରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି. ବୈଠକ ରେ ମା କୁଳଗଙ୍ଗା ଙ୍କୁ ଆବାହନ କରାଯାଇ କେନ୍ଦ୍ରୀୟ ସଦସ୍ୟ କପିଳେଶ୍ଵର ବିଶ୍ୱାଳ ଦୀପପ୍ରଜ୍ଜୁଳନ କରିଥିଲେ । ପୂର୍ବତନ ନିର୍ବାଚନ ଅଧିକାରୀ ଅନିଲ କୁମାର ନାହାକ ବୈଠକ କୁ ସଂଯୋଜନା କରିଥିଲେ । ବୈଠକ ରେ ଉପସ୍ଥିତ ସମସ୍ତ କର୍ମକର୍ତା ଙ୍କ ସାମୁହିକ ମତାମତ ପରେ ଆଗାମୀ ୨୨ତାରିଖ ରବିବାର ଦିନ ୧୧-୩୦ ସମୟରେ କେନ୍ଦ୍ରୀୟ ସାଧାରଣ ବୈଠକ ଆବାହନ କରାଯାଇ କେନ୍ଦ୍ରୀୟ କୁଳାଧିପତି ସହ କେନ୍ଦ୍ରୀୟ କର୍ମକର୍ତା ଚୟନ କରାଯିବ ପାଇଁ ସର୍ବସନମତି ରେ ପ୍ରସ୍ତାବ ଗୃହୀତ ହୋଇଥିଲା । ତତସହ କୁଳସଂଗଠନ ବିରୋଧରେ ସୃଷ୍ଟି ହେଉଥିବା କୌଣସି ଗୁଜବ କୁ ଗ୍ରହଣ ନକରି ସମସ୍ତ ଙ୍କ ସହଯୋଗରେ ଜାତିସଂଗଠନ କୁ ସୁଦୃଢ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା ।
ରିପୋର୍ଟ – ସୁଶାନ୍ତ କୁମାର ବେହେରା