ଶେରଗଡ଼,୧୪/୧୧(ପିପିଟି): ଶିଶୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ମାର୍ଗଦର୍ଶନରେ ଶେରଗଡ଼ ବ୍ଲକର କରଡ଼କଣା ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କାଞ୍ଜିଆମା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶିକ୍ଷା କିଟ୍ ବଣ୍ଟନ କରାଯାଇଛି ।
ଏହି ଅବସରରେ ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ,ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ପାଣିଗ୍ରାହୀ,ବିଡିଓ ତୃପ୍ତିମୟୀ ଜେନା, ବୌଦ୍ଧ ତହସିଲଦାର ଅନିତା ସାହୁ ଓ ବିଇଓ ପନଙ୍ଗ ଭୂଷଣ ମାଝୀଙ୍କ ସମେତ ସରପଞ୍ଚ, ସମିତି ସଭ୍ୟସଭ୍ୟା, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଅନ୍ୟାନ୍ୟ ଜନପ୍ରତିନିଧି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କିଟ୍ ପ୍ରଦାନ କରିଥିଲେ ।
ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କୁ ନୂଆ ଖାତା, ବହି,କଲମ,କମ୍ପାସ ବହୁତ ପସନ୍ଦ। ଜିଲ୍ଲା ପ୍ରଶାସନର ଶିକ୍ଷା କିଟ୍ ବଣ୍ଟନ ଭଳି ପଦକ୍ଷେପ ପିଲାମାନଙ୍କୁ ପାଠପଢ଼ା ପାଇଁ ନିଶ୍ଚିତ ଭାବରେ ଉତ୍ସାହିତ କରିବ ବୋଲି ବ୍ଲକ ଅଧ୍ୟକ୍ଷଙ୍କ ସମେତ ଅନ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଶିଶୁ ଦିବସରେ ଶିକ୍ଷା ସାମଗ୍ରୀ ପାଇ ଛାତ୍ରଛାତ୍ରୀମାନେ ଆନନ୍ଦ ପ୍ରକାଶ କରିଥିଲେ ।