କୋଦଳା ,୧୫/୧୧(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ତହସିଲର କାଳିମେଘି ପଞ୍ଚାୟତ ଯାପଟା କଲୋନୀ ଠାରେ ଅଖିଳ ଭାରତ କୃଷକ ସଭାର ୩୬ତମ ସର୍ବ ଭାରତୀୟ ସମ୍ମିଳନୀ ତେଲେଙ୍ଗନା ରାଜ୍ୟର ନାଲଗଣ୍ଡା ଠାରେନଭେମ୍ବର ୧୫ଠାରୁ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ସମ୍ମିଳନୀର ସଫଳ କାମନା କରି ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାର ସମସ୍ତ ଶାଖା ମାନଙ୍କ ରେ ପ୍ରଥମ ଦିନ ୧୫ଦିନ ପତାକା ଉତ୍ତୋଳନ କରା ଯାଇ ଥିଲା ଏହି ଅବସରରେ ଜିଲ୍ଲାର କୋଦଳା ତହସିଲର କାଳିମେଘି ପଂଚାୟତ ର ଯାପଟା କୋଲନି ଠାରେ ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀ ପତାକା ଉତ୍ତୋଳନ କରିବା ସହିତ କୃଷକ ସଭା ୧୯୩୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ ସଙ୍ଘର୍ଷ ଓ ସଂଗ୍ରାମ କୃଷକଙ୍କ ନାର୍ଯ୍ୟ ଦାବୀ ଆଦିବାସୀଙ୍କ ଜଙ୍ଗଲ ଜମି ଝରଣା ରୁ ଉଛେଦ କରି ପୁଞ୍ଜିପତି ଓ ଶିଳ୍ପ ପତି ମାନଂକୁ ଦେବା ଆଇନ କରୁଛନ୍ତି । ଏହା ବିରୁଦ୍ଧରେ ସଂଗ୍ରାମକୁ ବ୍ୟାପକ କରିବାକୁ ଆହ୍ୱାନ ଦେବା ସହିତ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଜନଜାତି ଗୌରବ ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ କରି ଶ୍ରଦ୍ଧାଞ୍ଜଳି ଦେବା ସହ ବିର୍ସା ମୁଣ୍ଡାଙ୍କ ଜୀବନୀ ଓ ସ୍ୱାଧୀନତା ଆନ୍ଦୋଳନ ରେ ଅବଦାନ ଓ ଉଲଗୁଲାନ ମୁଣ୍ଡା ବିଦ୍ରୋହ ସମ୍ପର୍କ ରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷକସଭା ବ୍ଲକ ଉପସଭାପତି ତଥା ୱାର୍ଡ ସଭ୍ୟ ନିରାଶ ଜାନି ସଭାପତିତ୍ୱ କରିଥିଲେ ବିଜୟ ନାୟକ, ମଙ୍ଗଳା ଶବର, ଝୁନୁ ଜାନି,ଦିବାକର ଜାନି,ରାଜୁ ନାୟକ ପ୍ରମୁଖ ଯୋଗ ଦାନ କରିଥିଲେ ।