ପୂଜ୍ୟପୂଜା ପ୍ରତିଷ୍ଠାନ ପକ୍ଷରୁ ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା।

ପୋଲସରା,୨୧/୦୭(ପିପିଟି):ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ରିଡର ତଥା ଅଧ୍ୟକ୍ଷ ଡକ୍ଟର ଭଗବାନ ତ୍ରିପାଠୀଙ୍କୁ ପୂଜ୍ୟପୂଜା କମିଟି, ପୋଲସରା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଡକ୍ଟର ତ୍ରିପାଠୀ ଜଣେ ଅଭିଜ୍ଞତା ଗୁଣବତ୍ତାସମ୍ପନ୍ନ ବିଶେଷ କରି ଇଂରାଜୀ ଭାଷାରେ ତାଙ୍କର ଯଥେଷ୍ଟ ଜ୍ଞାନ ରହିଥିବା ବ୍ୟକ୍ତି ଅଟନ୍ତି। ପୋଲସରା ଶ୍ରୀ ଶ୍ରୀ ଗୌରୀଆମ୍ନା ଯାତ୍ରା କମିଟି ସଭାପତି ,ପୋଲସରା ଦଧିବାମନ ସ୍ଵାମୀ ବିଜେ ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟି ତଥା ପୋଲସରା ପୂଜ୍ୟପୂଜା ପ୍ରତିଷ୍ଠାନ କାର୍ଯ୍ୟକାରୀ ସଭାପତି ଡକ୍ଟର ଜ୍ୟୋତିମୟ ପଟ୍ଟନାୟକଙ୍କ ନେତୃତ୍ୱରେ କମିଟିର କାମରାଜୁ ପାତ୍ର, ସିମାଞ୍ଚଳ ସାହୁ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା ଓ ସାମ୍ବାଦିକ ନାରାୟଣ ସାହୁ ପ୍ରମୁଖ କର୍ମକର୍ତ୍ତାମାନେ ମହାବିଦ୍ୟାଳୟ କାର୍ଯ୍ୟାଳୟରେ ସାକ୍ଷାତ କରି ଅଧ୍ୟକ୍ଷ ତ୍ରିପାଠୀ ଏବଂ ତାଙ୍କ ସହଧର୍ମିଣୀ ଶ୍ରୀମତୀ ମିନତୀ ପଟ୍ଟନାୟକଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଦେବାସହ ତାଙ୍କର କର୍ମମୟ ଜୀବନର ପ୍ରଭୂଙ୍କ ନିକଟରେ ଶୁଭକାମନା କରିଛନ୍ତି।

ରିପୋର୍ଟ -ସନ୍ତୋଷ କୁମାର ପଣ୍ଡା

Comments (0)
Add Comment