ଶ୍ରୀ ଶ୍ରୀ ଗୌରୀଆମ୍ମାଙ୍କ ଭ୍ରମଣି କାର୍ଯ୍ୟକ୍ରମ ଆରମ୍ଭ ।

ପୋଲସରା ,୦୫/୧୧(ପିପିଟି): ପ୍ରତି ପାଞ୍ଚ ବର୍ଷରେ ଅନୁଷ୍ଠିତ ହେଉଥିବା ଗଞ୍ଜାମ ଜିଲ୍ଲାର ପୋଲସରା ଶ୍ରୀ ଶ୍ରୀ ଗୌରୀଆମ୍ମାଙ୍କ ପ୍ରଶିଦ୍ଧ ଯାତ୍ରା ଅକ୍ଟୋବର ମାସ ୨୮ ତାରିଖ ଦିବସ ଠାରୁ ଆରମ୍ଭ ହୋଇଯାଇଛି। ଏହି ଭାଇଚାରା ପ୍ରତୀକ ସାର୍ବଜନୀନ ଯାତ୍ରା ଚଳିତ ନଭେମ୍ବର ମାସର ୨୮ ତାରିଖ ଶନିବାର ପର୍ଯ୍ୟନ୍ତ ଚାଲିବ । ଯାତ୍ରାଟି ଶ୍ରୀ ଶ୍ରୀ ଚୌଡେଶ୍ୱରି ଦେବାଙ୍ଗୁଲୁ ସମାଜ (ଡେରା ସମ୍ପ୍ରଦାୟର) କୁଳ ଇଷ୍ଠ ଦେବୀଙ୍କ ବୃଷଭାରୁଢ ହର ପାର୍ବତୀଙ୍କ ଭେଷରେ ସମଗ୍ର ପୋଲସରା ନଗରବାସୀଙ୍କ ଅକୁଣ୍ଠ ସହଯୋଗରେ ପାଳନ କରାଯାଇଥାଏ। ତେବେ ଚଳିତ କାର୍ତ୍ତିକ ମାସ ଗତ ୧ ତାରିଖ ରବିବାର କୃଷ୍ଣ ପକ୍ଷ ସପ୍ତମୀ ତିଥି ଦିବସ ଠାରୁ ମାଁଙ୍କ ଭ୍ରମଣି ଯାତ୍ରା ଆରମ୍ଭ ହୋଇଯାଇଥିବା ବେଳେ ଏହି ଏକ ମାସବ୍ୟାପି ଚାଲିବାକୁ ଥିବା ପର୍ବ ସକାଶେ ସ୍ଥାନୀୟ ପୌରପରିଷଦ ଓ ଥାନା ଉଭୟ ପକ୍ଷରୁ ସମୟ ଥାଉ ଥାଉ ବାଳବ ବାନ୍ଧିବା ନୀତିରେ ସହରର ମୁଖ୍ୟ ସଡ଼କ ଉଭୟ ପାର୍ଶ୍ଵରୁ ଜବରଦଖଲ, ଉଚ୍ଛେଦ ସଡକର ସ୍ଥାନେ ସ୍ଥାନେ ଗର୍ତ୍ତକୁ ମରାମତି ଏବଂ ଉଭୟ ପାର୍ଶ୍ଵର ନାଳ ଖୋଲା ରହିବା, ଗମନା ଗମନ ସୁବିଧା ସକାଶେ ସମସ୍ତ ଅବରୋଧକୁ ହଟାଯିବା, ମାଁଙ୍କ ଭ୍ରମଣ ସମୟରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଆବଶ୍ୟକ ଫୋର୍ସ ମୃତୟନ,ପରିମଳ ଓ ପରିବେଶ ସକାଶେ ଆବଶ୍ୟକ ସଫେଇ ଇତ୍ୟାଦି କରାଯାଉ ନଥିବାକୁ ସାଧାରଣ ଏବଂ ଭକ୍ତଙ୍କ ମଧ୍ୟରେ ତ୍ରିବ ଅସନ୍ତୋଷ ସୃଷ୍ଟି ହୋଇନଥିବାର ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଗତ ୩ ତାରିଖ ମଙ୍ଗଳବାର ଦିନ ଗତ “ଅର୍ଣ୍ଣବ୍” ଓ “ମୁରାସୁ” ବାତ୍ୟାକୁ ନେଇ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପୋଲସରା ବ୍ଲକ କାର୍ଯ୍ୟାଳୟକୁ ଆସି ସମୀକ୍ଷା କରିବା ସହିତ ମାସ ମାସ ଧରି ନିର୍ମାଣ ଚାଲିଥିବା ଅଟଳ ବସଷ୍ଟାଣ୍ଡକୁ ଯାଇ ନିର୍ମାଣ ଅଗ୍ରଗତି ସଂପର୍କରେ ବୁଝିବା ସହିତ ଆସନ୍ତା ୨୦ ତାରିଖ ଶୁକ୍ରବାର ଦିବସ ସୁଧା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ କଡ଼ାକଡ଼ି ଭାବେ ତାଗିଦ୍ କରି ପୋଲସରାରୁ ଚାଲିଗଲେ ମାତ୍ର ଭକ୍ତ ଚାଲିଥିବା ଯାତ୍ରା ଉପରେ ଧ୍ୟାନ ନ ଦେଇଥିବାରୁ ନଗରବାସୀଙ୍କ ମନରେ ମନ୍ତ୍ରୀଙ୍କର ଏତାଦୃଶ ଅଣଦେଖାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ସୃଷ୍ଟ ସମସ୍ୟାକୁ ନେଇ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ କାର୍ଯ୍ୟାଳୟରେ ସାକ୍ଷାତ୍ ମାଧ୍ୟମରେ ପ୍ରଶ୍ନ କରାଯିବାରୁ ତାଙ୍କର ଉତ୍ତର ଥିଲା କି ବର୍ତ୍ତମାନ କାର୍ଯ୍ୟାଳୟରେ ଆବଶ୍ୟକ ଷ୍ଟାଫ୍ ଓ କର୍ମଚାରୀ ଅଭାବ ଯୋଗୁଁ ସଠିକ୍ ସମୟରେ ରହୁଥିବା ସମସ୍ୟାଗୁଡ଼ିକ କାର୍ଯ୍ୟକାରୀ କରାଯାଇପାରୁନାହିଁ। ତେବେ ବି ମୁଁ ଶତଚେଷ୍ଟା ଜାରି ରଖିଛି ମାଁଙ୍କ ଯାତ୍ରା କିଭଳି ଓ ନିର୍ବିଘ୍ନରେ ସମାପନ ହେବ ବୋଲି କହିଥିବା ବେଳେ ଥାନା ଆଇଆଇସି କୌସିକ ମାଝୀ ଏବଂ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ୍ କୁମାର ନାୟକଙ୍କୁ ଫୋନ୍ ମାଧ୍ୟମରେ ପଚାରିବାରୁ ଉଭୟ ଅଧିକାରୀଙ୍କ ଠାରୁ ଉତ୍ତର ମିଳିଥିଲା କି ଯାତ୍ରାର ଶାନ୍ତି ଓ ଶୃଙ୍ଖଳା ପାଇଁ ଆମ ବିଭାଗ ପକ୍ଷରୁ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି କହିଛନ୍ତି। ସୂଚନା ଯୋଗ୍ୟ ଯେ ମାଁଙ୍କ ଯାତ୍ରାର ଶେଷ ସପ୍ତାହର ଦିନ ଗୁଡ଼ିକରେ ଲକ୍ଷାଧିକ ସଂଖ୍ୟାରେ ଜନସମାଗମ ହୋଇଥାଏ। ଏଥିସହ ମୀନା ବଜାର ବିଭିନ୍ନ ପ୍ରଦର୍ଶନୀ ମେଳା ସହିତ ଅପେରା ପାର୍ଟିମାନେ ଆସି ଜନ ସାଧାରଣଙ୍କ ମନୋରଞ୍ଜନ କରୁଥିବା ଯୋଗୁଁ ସହରରେ ପ୍ରବଳ ଜନ ଗହଳି ହୋଇଥାଏ। ତେବେ ବର୍ତ୍ତମାନ ଦେଖିବାକୁ ରହିଲା ମାଁଙ୍କ ଏହି ଯାତ୍ରାକୁ ପୂର୍ଣ୍ଣାଙ୍ଗ ଭାବେ ସବୁ କ୍ଷେତ୍ରରୁ ନିର୍ବିଘ୍ନ ଏବଂ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବାରେ ଆସ୍କା ସା°ସଦ, ମନ୍ତ୍ରୀ,ତହସିଲଦାର,ପୋଲିସ ବିଭାଗ ଏ ସମସ୍ତେ ନିଜ ନିଜର ଉତ୍ତରଦାୟିତ୍ୱ ଓ କର୍ତ୍ତବ୍ୟକୁ‌‌ ସୂଚାରୁରୂପେ ପାଳନ କରି ଆନ୍ତରିକତାର ସହଯୋଗ କରୁଛନ୍ତି ତାହା ଦେଖିବାକୁ ମାଁଙ୍କ ଭକ୍ତମାନେ ଉତ୍କଣ୍ଠତାର ସହିତ ଅପେକ୍ଷା କରି ରହିଛନ୍ତି।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment