ବେଗୁନିଆପଡା,୦୪/୧୧(ପିପିଟି): କୋଦଳା ଥାନା ଅନ୍ତର୍ଗତ ଫାସି ଗ୍ରାମର ପ୍ରଫୁଲ ମୁଦୁଲିଙ୍କ ପୁଅ ସମୀର ମୁଦୁଲି ସାଇବର ଠକାମୀର ଶିକାର ହୋଇଛନ୍ତି । ଗତକାଲି ସମୀର ଏନେଇ କୋଦଳା ଥାନାରେ ତାଙ୍କ ଏକାଉଣ୍ଟରୁ ୪୯ ହଜାର ଟଙ୍କା କଟିଯାଇଥିବା ଲିଖିତ ଅଭିଯୋଗ କରିଛନ୍ତି ଓ ଏହା ସହିତ ସେ ସାଇବର ଥାନାର ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ ତାଙ୍କର ଭାରତୀୟ ଷ୍ଟେଟ ବ୍ୟାଙ୍କ, ଫାସି ଶାଖା ଏବଂ ପଞ୍ଜାବ ନେସନାଲ ବ୍ୟାଙ୍କ, କୋଦଳା ଶାଖାରେ ଅଲଗା ଅଲଗା ଦୁଇଟି ଏକାଉଣ୍ଟ ଅଛି । କୌଣସି ସାଇବର ଠକ ତାଙ୍କର ଏସବିଆଇ ଏକାଉଣ୍ଟରୁ ପିଏନବି କୁ ୫୦ ହଜାର ଟ୍ରାନ୍ସଫର କରି ପିଏନବି ଏକାଉଣ୍ଟରୁ ଗତକାଲି ଅର୍ଥାତ ୦୩ ନଭେମ୍ବର ଅପରାହ୍ନ ୧୨.୨୨ ରେ ୪୯ ହଜାର ଟଙ୍କା ଠକିନେଇଥିବା ଅଭିଯୋଗ କରିଛନ୍ତି । ଏହାଯୋଗୁଁ ସେ ମାନସିକ ଭାବେ ଭାଙ୍ଗି ଭୟରେ ଏକାଉଣ୍ଟରେ ଥିବା ସମସ୍ତ ବଳକା ଟଙ୍କା ତାଙ୍କ ସାଙ୍ଗ ପାଖକୁ ପଠେଇ ଦେଇଛନ୍ତି । ସମ୍ପୃକ୍ତ ଅପରାଧୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପୋଲିସ ଓ ସାଇବର ଥାନାରେ ଗୁହାରି କରିଛନ୍ତି ।