ଚିକିଟି ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତାର ବାଜିମାତ ।

ଚିକିଟି, ୧୫/୧୦(ପିପିପି): ଚିକିଟି ମହାବିଦ୍ୟାଳୟ ଏବଂ ନୂଆପଡା ଶ୍ରୀବାଲାଜୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରେ ବିଜୁ ଛାତ୍ର ଜନତା ଦଳ ବାଜିମାତ କରିଛି । ଚିକିଟି ମହାବିଦ୍ୟାଳୟ ରେ ସଭାପତି ପଦବୀ ଅପ୍ରତିଦ୍ବନ୍ଦି ଥିଲା ପ୍ରଣୟ ପ୍ରଧାନ ଅପ୍ରତିଦ୍ବନ୍ଦି ହୋଇ ସଭାପତି ପଦବୀ ହାତେଇଥିଲେ । ଆଉ ସବୁ ପଦବୀ ବିଜୁ ଛାତ୍ର ଜନତା ବାଜିମାତ କରିଛି । କେ. ବୈଷ୍ଣବୀ ଆଚାରୀ ସାଧାରଣ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି । ସେହିପରି ସୁନୀଲ କୁମାର ପାଣିଗ୍ରାହୀ ଉପ ସଭାପତି, ନାକା ଚିରଞ୍ଜିବି ରେଡି ସହ ସମ୍ପାଦକ, ଏନ. ସୁମନ କୁମାର ନାଟ୍ୟ ସଂସଦ ସମ୍ପାଦକ, ତନୁଶ୍ରୀ ପ୍ରଧାନ ନାଟ୍ୟ ସଂସଦ ସହ ସମ୍ପାଦକ, ସାହିଲ ପ୍ରଧାନ କ୍ରୀଡା ସମ୍ପାଦକ, ରୁଦ୍ର କୁମାର ସେଠି କ୍ରୀଡା ସହ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି । ସମସ୍ତ ବିଜୟୀ ପ୍ରାର୍ଥୀ ଚିକିଟି ରାଜବାଟୀ କୁ ଯାଇ ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୁପ ଦେବ ଙ୍କୁ ଭେଟି ଆଶ୍ରିବାଦ ଗ୍ରହଣ କରିଛନ୍ତି । ଆସନ୍ତା କାଲି ସମସ୍ତ ବିଜୟୀ ପ୍ରାର୍ଥୀ ଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ସୂଚନା ମିଳିଛି ।

ରିପୋର୍ଟ -ନିଗମାନନ୍ଦ ପଣ୍ଡା

Comments (0)
Add Comment