କେରଳରେ ଓଡ଼ିଆ ଯୁବକଙ୍କ ମୃତ ଘଟଣା , ନିଜ ଗାଁରେ ପହଁଚିଲା ଶବ ।

ବେଗୁନିଆପଡା ,୨୩/୦୯(ପିପିଟି ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ଖିଡିଙ୍ଗୀ ଗ୍ରାମର ଆଶିଷ ପ୍ରଧାନ (୨୫) ନିଜ ପରିବାର ପ୍ରତିପୋଷଣ ପାଇଁ ସୁଦୂର କେରଳକୁ ଯାଇଥିଲେ । ହେଲେ ଦୁର୍ଭାଗ୍ୟ ବଶତଃ ଗତ ରବିବାର ଦିନ କାମ ବନ୍ଦ ଥିବା ଯୋଗୁ ସେ ତାଙ୍କ ସାଙ୍ଗ ମାନଙ୍କ ସହିତ ବୁଲିବା ପାଇଁ ଯାଇଥିଲେ । ନିଜ ଵାସ ସ୍ଥାନକୁ ଫେରୁଥିବା ବେଳେ ରାସ୍ତାରେ ଏକ ପୋଖରୀ ଦେଖି ଗାଧୋଇବା ପାଇଁ ଯାଇଥିଲେ। ହଠାତ ତାଙ୍କ ଗୋଡ଼ ଖସି ଯିବାରୁ ସେହି ପୋଖରିରେ ବୁଡ଼ି ସେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଆଜି ତାଙ୍କ ମୃତ ଦେହକୁ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମକୁ ଅଣାଯାଇଥିଲା । ନିଜର ଭେଣ୍ଡିଆ ପୁଅକୁ ହରାଇ ପରିବାରରେ ଶୋକର ଲହରୀ ଖେଳି ଯାଇଛି । ମୃତ ଯୁବକଙ୍କ ଶବ ଗ୍ରାମରେ ପହଂଚିବା କ୍ଷଣି ତାଳସର ଗ୍ରାମର ଯୁବନେତା ଶ୍ରୀକାନ୍ତ ଜେନାଙ୍କ ସମେତ ଚନ୍ଦନ ରଥ,ଦୀପକ ଜେନା, ରୁଦ୍ର ମହାରଣା, ଆଲୋକ ବିଶୋଇ, ଗୟା ବିଶୋଇ, ଶିବ ବିଶୋଇ, ଶଙ୍କର ବିଶୋଇ ପ୍ରମୁଖ ପହଞ୍ଚି ଶୋକାକୁଳ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ଶବ ସଂସ୍କାରରେ ସହଯୋଗ କରିଥିଲେ । ମୃତକଙ୍କ ପରିବାର ନିହାତି ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗେଇ ଦେବା ପାଇଁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment