ନିଶାମୁକ୍ତ ଓ ସାଇବର ସୁରକ୍ଷିତ ସମାଜ ଗଠନ ପାଇଁ ସାମୂହିକ ପ୍ରୟାସ ଜରୁରୀ: ଆଇଜି ଡଃ ସତ୍ୟଜିତ ନାୟକ ।

0 0

କଟକ,୨୮/୧୧(ପିପିଟି): କଟକ ବାଲିଯାତ୍ରା ପଡ଼ିଆରେ କମିଶନରେଟ୍ ପୋଲିସ ପକ୍ଷରୁ ଆୟୋଜିତ ‘ନିଶାମୁକ୍ତ ଅଭିଯାନ’ ଓ ‘ସାଇବର ସୁରକ୍ଷା ଅଭିଯାନ’ରେ କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାୟକ ଯୋଗଦେଇ ନିଶା ସେବନର କୁପରିଣାମ ଏବଂ ସାଇବର ଅପରାଧର ବଢ଼ୁଥିବା ବିପଦ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ସେ କହିଥିଲେ ଯେ, ନିଶା କେବଳ ଜଣେ ବ୍ୟକ୍ତିର ଜୀବନକୁ ନଷ୍ଟ କରେ ନାହିଁ, ବରଂ ପରିବାର ଓ ସମାଜ ଉପରେ ମଧ୍ୟ ଗଭୀର କୁପ୍ରଭାବ ପକାଇଥାଏ। ସେହିପରି ଡିଜିଟାଲ୍ ଯୁଗରେ ସାଇବର ଠକେଇ, ଅନଲାଇନ୍ ଅପରାଧ ଓ ଅନ୍ୟାନ୍ୟ ସାଇବର ବିପଦରୁ ସୁରକ୍ଷିତ ରହିବା ପାଇଁ ସଚେତନତା ଓ ସତର୍କତା ଅତ୍ୟନ୍ତ ଜରୁରୀ। ବିଶେଷକରି ଯୁବପିଢ଼ିଙ୍କୁ ନିଶା କବଳରୁ ଦୂରେଇ ରଖିବା ସହ ଇଣ୍ଟରନେଟ୍ ଓ ସୋସିଆଲ ମିଡିଆର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ଶିକ୍ଷିତ ଓ ସଚେତନ କରିବା ଆବଶ୍ୟକ। ନିଶାମୁକ୍ତ, ସାଇବର ସୁରକ୍ଷିତ ଓ ଅପରାଧମୁକ୍ତ ସମାଜ ଗଠନ କେବଳ ପୋଲିସର ଦାୟିତ୍ୱ ନୁହେଁ, ଏଥିପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସକ୍ରିୟ ସହଯୋଗ ଓ ସାମୂହିକ ପ୍ରତିବଦ୍ଧତା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ।

Leave A Reply

Your email address will not be published.