ଚନ୍ଦନ କାଠ ଚୋରା ଚାଲାଣ ରାକେଟ୍ ପର୍ଦ୍ଦାଫାଶ ନୂଆଗାଁ ପୋଲିସ ହାତରେ ଧରା ପଡ଼ିଲେ ୩ ଅଭିଯୁକ୍ତ।

0 280

ଚିକିଟି: ୨୮/୧୧(ପିପିଟି): ଚନ୍ଦନ କାଠ ଚୋରା ଚାଲାଣ ରାକେଟ୍ ଉପରେ ବଡ଼ ଧରଣର ଚଢ଼ାଉ । କେ. ନୂଆଗାଁ ଥାନା ପୋଲିସ ହାତରେ ଧରା ପଡ଼ିଲେ ୩ ଜଣ ଚୋରା ଚାଲାଣକାରୀ । ସେମାନଙ୍କ ନିକଟରୁ ୪ କିଲୋ ୫୬୫ ଗ୍ରାମ ଚନ୍ଦନ କାଠ ଜବତ ହୋଇଛି ।

ଚିକିଟି ଆଉଟ୍ ପୋଷ୍ଟର ଏସ୍ଆଇ ଗୌତମ ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ କେ. ନୂଆଗାଁ ଥାନାରେ କେସ୍ ନଂ ୩୮୧/୨୦୨୬ ରୁଜୁ ହୋଇଛି । ବିଏନ୍ଏସ୍ ଧାରା ୩୦୩(୨) ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।
ସେହିଦିନ ୧୨ଟା ୧୫ ମିନିଟ୍ ସମୟରେ ପୋଲିସ କୃଷ୍ଣପୁର ବିଶ୍ରାମାଗାର ନିକଟରେ ପାଟ୍ରୋଲିଂ ଓ ଯାନ ଯାଞ୍ଚ କରୁଥିବା ବେଳେ AP 31 CK 3927 ନମ୍ବର ବିଶିଷ୍ଟ ଏକ ବଜାଜ୍ ଡିସ୍କଭର ମୋଟର ସାଇକେଲକୁ ଅଟକାଇଥିଲା । ଯାଞ୍ଚ ବେଳେ ଏକ ପ୍ଲାଷ୍ଟିକ୍ ଜେରି ବ୍ୟାଗରେ ୩ ଖଣ୍ଡ ଚନ୍ଦନ କାଠ ବିକ୍ରି ଉଦ୍ଦେଶ୍ୟରେ ନିଆଯାଉଥିବା ଜଣାପଡ଼ିଥିଲା । ଦିନ ୧ଟା ୩୦ ମିନିଟ୍ ସମୟରେ ଘଟଣାସ୍ଥଳରେ ପୋଲିସ ସାକ୍ଷୀଙ୍କ ଉପସ୍ଥିତିରେ ଚନ୍ଦନ କାଠ ଓ ମୋଟର ସାଇକେଲ ଜବତ କରାଯାଇଛି ।

ତଦନ୍ତ ସମୟରେ ତିନି ଅଭିଯୁକ୍ତଙ୍କୁ ବିଏନ୍ଏସ୍ଏସ୍ ଧାରା ୩୫(୩) ଅନୁଯାୟୀ ନୋଟିସ୍ ଦିଆଯାଇଛି । ଏହି ଚନ୍ଦନ କାଠ କେଉଁଠୁ ଆଣାଯାଇଥିଲା, କାହାକୁ ବିକ୍ରି କରାଯିବାର ଥିଲା ଏବଂ ଏଥିରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ରିପୋର୍ଟ -ନିଗମାନନ୍ଦ ପଣ୍ଡା

Leave A Reply

Your email address will not be published.