ବନ ବିଭାଗର ବଡ଼ ସଫଳତା: ୬୦ ସିଏଫ୍‌ଟି ଶାଗୁଆନ କାଠ ଜବତ ।

0 271

ଚିକିଟି, ୨୮/୧୧(ପିପିଟି): ବନ ବିଭାଗକୁ ମିଳିଛି ବଡ଼ ସଫଳତା। ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ବନ ବିଭାଗ ଓ ଚିକିଟି ଫରେଷ୍ଟରଙ୍କ ମିଳିତ ଉଦ୍ୟମରେ ଚିଲାଡ଼ି ଗ୍ରାମର ବନ୍ଧ ନିକଟରୁ ୬୦ ସିଏଫ୍‌ଟି ଶାଗୁଆନ କାଠ ଜବତ କରାଯାଇଛି।

ଏହି ଚଢ଼ାଉରେ ଭିଜିଲାନ୍ସ ଫରେଷ୍ଟର ଅନ୍ ବାଲାଜୀ, ଭିଜିଲାନ୍ସ ଫରେଷ୍ଟ ଗାର୍ଡ ରାଜୀବ କୁମାର ପତ୍ର, ବିନାୟକ ରଞ୍ଜନ କର, ଚିକିଟି ଫରେଷ୍ଟର କାମନା ଭୂୟାଁ ଏବଂ ଫରେଷ୍ଟ ଗାର୍ଡ ମିତାରାଣୀ ବିଶ୍ୱାସରାୟ ସାମିଲ ହୋଇଥିଲେ।

ଜବତ ହୋଇଥିବା କାଠଗୁଡ଼ିକୁ ବନ ବିଭାଗର କର୍ମଚାରୀମାନେ ଚିକିଟିଗଡ଼ ଫରେଷ୍ଟର ଅଫିସକୁ ଆଣିଥିଲେ। ତେବେ ଏହି ଘଟଣାରେ କୌଣସି ଗାଡ଼ି ଜବତ ହୋଇନଥିବା ବେଳେ କାହାରିକୁ ଗିରଫ କରାଯାଇନଥିବା ସୂଚନା ମିଳିଛି।

ବେଆଇନ କାଠ ଚାଲାଣ ରୋକିବା ଦିଗରେ ବନ ବିଭାଗର ଏହି ପଦକ୍ଷେପକୁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି।

ରିପୋର୍ଟ -ନିଗମାନନ୍ଦ ପଣ୍ଡା

Leave A Reply

Your email address will not be published.