ପୋଲସରା୨୭/୧୧ (ପିପିଟି): ଗତ ଅକ୍ଟୋବର ୨୮ ତାରିଖ ଠାରୁ ଆରମ୍ଭ ହୋଇଥିବା ରାଜ୍ୟ ଓଡ଼ିଶା ପ୍ରସିଦ୍ଧ ଶ୍ରୀ ଶ୍ରୀ ଗୌରୀଆମ୍ମା ପୋଲସରା ଯାତ୍ରାରେ ପ୍ରବଳ ଜନ ସମାଗମ ହେବାରେ ଲାଗିଛି। ଯାତ୍ରା ବିଶେଷ କରି ଗତ ୨୫ ତାରିଖ ବୁଧବାର ଠାରୁ ପୋଲସରା ପୌର ପରିଷଦ ସମସ୍ତ ସାହିବାସୀନ୍ଦା ମାନଙ୍କ ପକ୍ଷରୁ ମାଙ୍କ ଯାତ୍ରାକୁ ଅଧିକରୁ ଅଧିକ ଆକର୍ଷଣୀୟ କରିବାକୁ ବିଭିନ୍ନ ପ୍ରକାର ଧାର୍ମିକ, ଆଧ୍ୟାମିତ୍କ ଓ ସମାଜକୁ ସଚେତନ କରାଉଥିବା ମେଢ଼ ସବୁ ସ୍ଥାପନ କରାଯାଇଛି। ବିଶେଷ କରି ବ୍ରାହ୍ମଣ ସାହି ସ୍ଥିତ ୪୫ ପୁଟ ଉଚ୍ଚତା ଦଣ୍ଡାୟମାନ କାଳୀ ଏବଂ ମାଧୁରୀ ସାହି ସ୍ଥିତ ପ୍ରାୟ ୪୦ ପୁଟ ଉଚ୍ଚତା ବିଶିଷ୍ଟ ନୃସିଂହ ଅବତାର ମୃତ୍ତି ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହିସବୁ ମେଢ଼ ସମେତ ଡେରାସାହି ସ୍ଥିତ ମାଁ ଗୌରୀଆମ୍ନାଙ୍କ ଦର୍ଶନ ଏବଂ ଆର୍ଶୀବାଦ ଲାଭ କରିବା ସକାଶେ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟି ଆଗରେ ରଖି ପୋଲସରା ପୋଲିସ ବିଭାଗ ପକ୍ଷରୁ ଅବାଧରେ ସାଧାରଣ ଜନତାଙ୍କ ସହର ଭିତରେ ଯାତାୟତ ସୁବିଧା କରିବା ପାଇଁ କଟକଣା ଜାରି କରାଯାଇଅଛି।
ଏହି ବିପୁଳ ଜନସମାଗନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଆଜି ଓ ଆସନ୍ତାକାଲି ଅପରାହ୍ନ ୪ ଘଟିକାଠାରୁ ରାତ୍ରି ୧୨ ଘଟିକା ପର୍ଯ୍ୟନ୍ତ ପୋଲସରା ସହର ମଧ୍ୟରେ ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ ରହିବ।ତେଣୁ ସମସ୍ତ ଗାଡ଼ି ଚାଳକ, ଭକ୍ତ ଓ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ, ଉକ୍ତ ଟ୍ରାଫିକ୍ ନିୟମକୁ ମାନି ପୋଲିସ ପ୍ରଶାସନକୁ ସହଯୋଗ କରନ୍ତୁ। ନିର୍ଦ୍ଦିଷ୍ଟ ସ୍ଥାନରେ ନିଜ ନିଜ ଗାଡ଼ି ପାର୍କିଂ କରନ୍ତୁ ଏବଂ ଟ୍ରାଫିକ୍ ନିୟୋଜିତ ପୋଲିସ କର୍ମଚାରୀଙ୍କ ନିର୍ଦ୍ଦେଶ ଅନୁସରଣ କରନ୍ତୁ।କୌଣସି ପ୍ରକାର ଅସୁବିଧା ଓ ଅଯଥା ଭିଡ଼ ସୃଷ୍ଟି ନକରି ଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ସମ୍ପନ୍ନ କରିବାରେ ପୋଲିସ ପ୍ରଶାସନକୁ ସହଯୋଗ କରନ୍ତୁ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା