ଆଳୁ ଚାଷ ନିମନ୍ତେ ସଚେତନତା ଶିବିର ଓ କ୍ଷେତ ବାଞ୍ଚାଓ ଅଭିଯାନ ।

0 0

ବେଗୁନିଆପଡା,୨୬/୧୧(ପିପିଟି): ଆଳୁ ଚାଷ ନିମନ୍ତେ ସଚେତନତା ଶିବିର ଓ କ୍ଷେତ ବାଞ୍ଛାଓ ଅଭିଯାନ ସ୍ଥାନୀୟ  ମା ପଣସେଇ କଲ୍ୟାଣ ମଣ୍ଡପ, ବୁରୁଝରି ଠାରେ ସ୍ଥାନୀୟ ସରପଞ୍ଚ ବିନୋଦ ଚନ୍ଦ୍ର ଜେନା ଓ ସମିତି ସଭ୍ୟା ସୁଚିତ୍ରା ମହାନ୍ତିଙ୍କ ଉପସ୍ଥିତିରେ ଉଦ୍ୟାନ କୃଷି ନିର୍ଦ୍ଦେଶଳୟ ତରଫରୁ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଖଲ୍ଲିକୋଟ ପ୍ରଶାନ୍ତ କୁମାର ବେହେରା, ସହକାରୀ ମତ୍ସ୍ୟ ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନ ଓ ସହକାରୀ କୃଷି ଅଧିକାରୀ, ବେଗୁନିଆପଡା ସ୍ବାଗତିକା ଦେବୀ ଉପସ୍ଥିତ ରହି ବିଭିନ୍ନ ବିଭାଗୀୟ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଆଳୁ ଚାଷ ସମ୍ବନ୍ଧରେ ଚାଷୀ ଭାଇ ଭଉଣୀ ମାନଙ୍କୁ ସବିଶେଷ ବିବରଣୀ ପ୍ରଦାନ କରାଯାଇ ଥିଲା।

ଏହି କାର୍ଯ୍ୟକ୍ରମକୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶୁଭାଶୀଷ ପାତ୍ର ପରିଚାଳନା କରିଥିଲେ। ଉଦ୍ୟାନ କୃଷି କ୍ଷେତ୍ର ପରିଦର୍ଶକ ମାଧବ ବେହେରା, ଏ ଟି ମ  ଅଭିମନ୍ୟୁ ଡାକୁଆ, ଉଦ୍ୟାନ ସାଥୀ  ପବିତ୍ର ମୋହନ ପରିଡା ସହଯୋଗ କରିଥିଲେ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.