ଧର୍ମଶାଳା ପ୍ରମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟ ଆସନ୍ତା ୨୯ ରୁ ଆରମ୍ଭ ।

0 0

ଯାଜପୁର ,୨୪/୧୧(ପିପିଟି):ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟମରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଖେଳପଡିଆରେ ଆସନ୍ତା ନଭେମ୍ବର ୨୯ ତାରିଖରେ ଆରମ୍ଭ ହେବାକୁ ଯାଉଛି ଧର୍ମଶାଳା ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟ । ଗତକାଲି ସିକୁ କପ କ୍ରିକେଟ ଟୁର୍ଣ୍ଣାମେଂଟର ଉଦଯାପନୀ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ଧର୍ମଶାଳା ପ୍ରିମିୟର ଲିଗର ଟ୍ରଫିକୁ ଉନ୍ମୋଚନ କରିଛନ୍ତି । ଧର୍ମଶାଳା ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣମେଂଟରେ ନିର୍ବାଚନ ମଣ୍ଡଳୀର ସମସ୍ତ ୫୪ ଗୋଟି ପଂଚାୟତର ୫୪ ଗୋଟି ଟିମ ଅଂଶଗ୍ରହଣ କରିବେ । ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୬ ଗୋଟି ଜୋନରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ଟୁର୍ଣ୍ଣାମେଂଟର ପ୍ରଥମ ମ୍ୟାଚ ଆସନ୍ତା ୨୯ତାରିଖ ରବିବାର ୧୧ ନମ୍ବର ଜୋନର ରାଇଛନ୍ଦା ପଂଚାୟତ ବାରକଣା ଖେଳପଡିଆରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ଲିଗ ମ୍ୟାଚ ୧୨ନଂ ଜୋନର ମଧୁପୁରଗଡ ଖେଳପଡିଆ ,୧୩ ନଂ ଜୋନର କୋହ୍ଲା ଖେଳପଡିଆ, ୧୪ନଂ ଜୋନର କାଏମା ଖେଳପଡିଆ ,୧୫ନଂ ଜୋନର କୋତପୁର ଖେଳପଡିଆ ଏବଂ ୩୪ ଓ ୩୫ ନଂ ଜୋନର କୃଷ୍ଣପଡା ଖେଳ ପଡିଆରେ ମ୍ୟାଚ ଖେଳାଯିବ ବୋଲି ସଂଯୋଜକ ଦେବରାଜ ମିଶ୍ର ସୂଚନା ଦେଇଛନ୍ତି । ଗତକାଲି ସନ୍ଧ୍ୟାରେ ଆୟୋଜିତ ଟ୍ରଫି ଉନ୍ମୋଚନ ଉତ୍ସବରେ କଟକ ସଦର ବିଧାୟକ ପ୍ରକାଶ ସେଠୀ, ବ୍ରହ୍ମଗିରି ବିଧାୟିକା ଉପାଷନା ମହାପାତ୍ର , ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବିଜେପି ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନ ଅତିଥି ଭାବେ ଯୋଗଦେଇ ଧର୍ମଶାଳା ପ୍ରିମିୟର ଲିଗ ଟ୍ରଫିକୁ ଉନ୍ମୋଚନ କରିଥିଲେ । ଏହି ଟୁର୍ଣ୍ଣାମେଂଟକୁ ଯୁବ ସଂଗଠକ ରାଜେଶ କୁମାର ପାଳ ତାଙ୍କ ସହଯେଗୀଙ୍କ ସହାୟତାରେ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.