ବାତ୍ୟା ସୁଯୋଗରେ ଗଞ୍ଜେଇ ଚୋରା ଚାଲାଣ : ମାଡ଼ି ବସିଲା ଭଞ୍ଜନଗର ପୋଲିସ ।

0 7

ଭଞ୍ଜନଗର, ୨୦/୧୧(ପିପିଟି ):ବାତ୍ୟା ଅକଭାନ ସୁଯୋଗରେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଭଞ୍ଜନଗର ପୁଲିସ ହାବୁଡ଼ରେ ପଡ଼ିଛି ଚୋରା ଗଞ୍ଜେଇ ଚାଲାଣକାରୀ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭଞ୍ଜନଗର ଥାନା ଏସଆଇ ଲକ୍ଷ୍ମୀଧର ମହାନ୍ତି ଓ ଅନ୍ୟ ପୋଲିସ କର୍ମଚାରୀ ନିଧିଆ ପଲି ଛକରେ ଚେକିଂ କରୁଥିବା ବେଳେ ଏକ କାର ଆସୁଥିବା ଦେଖି ତାକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବାରେ ଗାଡ଼ିରୁ ବେଆଇନ ଗଞ୍ଜେଇ ବାହାରିଥିଲା।ତାହାକୁ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଓଜନ କାରିବାରେ ମୋଟ ୮୦,୩୪୦ ଗ୍ରାମ ଥିବା ଜଣାପଡିଛି। ଉକ୍ତ ବେଆଇନ ଗଞ୍ଜେଇ ସହ କିଛି ନଗଦ ଟଙ୍କା ଓ ଗୋଟିଏ ଟୟୋଟା ଇଟିଓସ୍ କାର୍‌କୁ ମଧ୍ୟ ପୁଲିସ ଜବତ କରିଛି।ଏହି ଘଟଣାରେ ଫିରିଙ୍ଗିଆ ଥାନା ଅଞ୍ଚଳର ସାନୁଜ କହଁର ଙ୍କୁ ଗିରଫ କରାଯାଇଛି।ଏହି ଘଟଣାରେ ଭଞ୍ଜନଗର ଥାନାରେ କେସ୍ ନଂ ୧୨୫୬/୨୦୨୬ରେ ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଡିପିଏସ୍ ଆଇନ ଧାରା ୨୦(ବି)(୨)(ସି) ଅନୁଯାୟୀ ମାମଲା ରୁଜୁ କରାଯାଇଛି।ଜବତ ଗଞ୍ଜେଇ କନ୍ଧମାଳରୁ ଭୁବନେଶ୍ୱର ଚାଲାଣ ହେଉଥିବା ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.