ମାଲକାନଗିରି,୧୭/୧୧(ପିପିଟି): ମାଲକାନଗିରି ଜିଲ୍ଲାରେ ପରି ପରିବା ଦର ବର୍ତ୍ତମାନ ଆକାଶ ଛୁଆଁ। ଡାଲି,ଚାଉଳ, ଖାଇବା ତେଲ ଯେପରି ଦର ଆଶାତୀତ ଭାବେ ବୃଦ୍ଧି ପାଇଛି, ସେପରି ପନି ପରିବା ଦର। ଦରଦାମ ନିୟନ୍ତ୍ରଣ କରିବାରେ ଜିଲ୍ଲା ପ୍ରଶାସନ ବିଫଳ। ପରିବା ବିକାଳୀ ମାନେ ମନ ଇଛା ଦର ଧାର୍ଯ୍ୟ କରୁଥିବା ବେଳେ ଖାଉଟିମାନେ ନିରୁପାୟ ଭାବରେ କ୍ରୟ କରିବାକୁ ବାଧ୍ୟ। ବର୍ତ୍ତମାନ ସଜନା ଛୁଇଁ କିଲୋ ପ୍ରତି ୧୬୦ ଟଙ୍କା, ଫୁଲ କୋବି ୮୦ ଟଙ୍କା,ବିନିସ ୧୦୦ ଟଙ୍କା, ପୋଟଳ ୮୦ ଟଙ୍କା, ଭେଣ୍ଡି କିଲୋ ୧୦୦,ଟଙ୍କା, ବାଇଗଣ କିଲୋ ୫୦ ଟଙ୍କା,କୁନ୍ଦୁରି ୬୦ ଟଙ୍କା,ମୂଳା କିଲୋ ୪୦ ଟଙ୍କା,ଲାଉ କିଲୋ ୪୦ ଟଙ୍କା, ପାଆଜ କିଲୋ ୫୦ ଟଙ୍କା,କୁଜିସାରୁ କିଲୋ ୫୦ ଟଙ୍କା,ବନ୍ଧା କୋବି କିଲୋ ୪୦ ଟଙ୍କା,ଗାଜର କିଲୋ ୮୦ଟଙ୍କା ,ସିମ୍ବ କିଲୋ ୧୦୦ ଟଙ୍କା, ସିମିଳା ମରିଚ କିଲୋ ୬୦ ଟଙ୍କାରେ ବିକ୍ରୟ ହେଉଛି। କେବଳ ଆଳୁ କିଲୋ ୨୦ ଟଙ୍କାରେ ସୀମିତ ଥିବା ବେଳେ ଟମାଟୋ କିଲୋ ୩୦ ଟଙ୍କା ରେ ସୀମିତ ରହିଛି।
ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଥିବାରୁ ଅଧିକାଂଶ ଲୋକେ ପନିପରିବା ଉପରେ ନିର୍ଭରଶୀଳ। ଆମିଷ ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ପରିବାର କ୍ରୟ ଲାଗି ଗ୍ରାହକଙ୍କ ଭିଡ଼ ସକାଳ ଓ ସନ୍ଧ୍ୟା ରେ ଲାଗି ରହିଥାଏ। କାର୍ତ୍ତିକ ମାସର ସୁଯୋଗ ନେଇ ପରିବା ବିକାଳୀ ମାନେ ମନ ଇଛା ଦର ବୃଦ୍ଧି କରୁଥିବା ଜଣାପଡିଛି। ଫଳରେ ଖାଉଟିମାନେ ସର୍ବଦା ଶୋଷଣର ଶିକାର ହେଉଥିବା ବେଳେ ଜିଲ୍ଲା ପ୍ରଶାସନ କଞ୍ଚା ପନିପରିବା ଦର ନିୟନ୍ତ୍ରଣ କରିବାରେ ବିଫଳ ଥିବା ଜଣାପଡିଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)