ବିଏସଏନଏଲ ସେବାକୁ ନେଇ ଗ୍ରାହକ ଅସନ୍ତୁଷ୍ଟ, ଅଫିସ ଘେରିଲେ ଡ଼ହ ଗ୍ରାମବାସୀ ।

0 215

ଭଞ୍ଜନଗର, ୧୭/୧୧(ପିପିଟି ):ଦିନକୁ ଦିନ ସେବା ଯୋଗାଇ ବାରେ ବିଫଳ ହୋଇଛି ଭାରତୀୟ ସଞ୍ଚାର ନିଗମ ଲିମିଟେଡ଼ (ବିଏସଏନଏଲ)।ଦେଶର ପ୍ରଥମ ଏକ ସରକାରୀ ବିଶ୍ୱାସ ଯୋଗ୍ୟ ସଂସ୍ଥା ଭାବି ବହୁ ଉପଭୋକ୍ତା ବିଏସଏନଏଲ ସହିତ ଯୋଡ଼ି ହୋଇଥିଲେ।ପ୍ରଥମେ ଏହାର ସିମ୍ ଖଣ୍ଡିଏ ପାଇବା ପାଇଁ ଆବେଦନର ଦୀର୍ଘ ଦିନ ପରେ କାର୍ଯ୍ୟାଳୟ ଠାରେ ଲାଇନରେ ଅପେକ୍ଷା କରିବାକୁ ପଡୁଥିଲା।ସେତେବେଳେ ଏହାର ଚାହିଦା ମଧ୍ୟ ଢ଼େର ଥିଲା।ପରେ ଅନ୍ୟାନ୍ୟ ଘରୋଇ କମ୍ପାନୀ ଆସି ଉତ୍ତମ ସେବା ଯୋଗାଇ ୫ଜି ରେ ପହଞ୍ଚି ଥିବା ବେଳେ ବିଏସଏନଏଲ କିନ୍ତୁ ଆଜି ପର୍ଯ୍ୟନ୍ତ ୪ଜି ରେ ହିଁ ରହିଛି। ଯାହା ଫଳରେ ବହୁ ଉପଭୋକ୍ତା ମୁଁହ ଫେରାଇ ଏବେ ଅନ୍ୟ ନେଟୱାର୍କ କୁ ଆପଣେଇଥିବା ଜଣାପଡିଛି।ହେଲେ ଯୋଉମାନେ ଆଜି ପର୍ଯ୍ୟନ୍ତ ବିଏସଏନଏଲ ପ୍ରତି ମୋହ ତୁଟାଇ ପାରୁ ନାହାନ୍ତି, ସେମାନେ ଏବେ ହଇରାଣ ହେଉଛନ୍ତି।ଅନେକ ଗ୍ରାମାଞ୍ଚଳରେ ମଧ୍ୟ ବିଏସଏନଏଲ ଟାୱାର ନିର୍ମାଣ ହୋଇଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ଅଭାବ ଓ ପରିଚାଳନା ଗତ ତ୍ରୁଟି ସକାଶେ ଲୋକଙ୍କୁ ସଠିକ ସେବା ମିଳୁନି।ଯାହାକୁ ନେଇ ସଂସ୍ଥା ପ୍ରତି ଜନ ଅସନ୍ତୋଷ ବୃଦ୍ଧି ପାଉଛି।ଗଞ୍ଜାମ ଜିଲ୍ଲାରେ ବାତ୍ୟା ଅର୍ଣ୍ଣବ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ଭଞ୍ଜନଗର ଅଞ୍ଚଳରେ ଏଭଳି ବିପତ୍ତି ସମୟରେ ବିଏସଏନଏଲ ସେବା ଠପ ହୋଇଯାଇଛି।ଆଜି ପର୍ଯ୍ୟନ୍ତ ଭଞ୍ଜନଗର ସହର ତଳି ଲଣ୍ଡେଇ ସାହି,ଡହ, ବଜ୍ରକୋଟ, ତୁରୁମୁ, ଗାଲେରି, ତାର ସିଂ ଆଦି ବିଟିଏସ ଉପଯୁକ୍ତ ସେବାରୁ ବଞ୍ଚିତ ରହିଛି।ତେଣୁ ମଙ୍ଗଳବାର ଡ଼ହ ଗ୍ରାମର ପ୍ରାୟ ୫୦ଜଣ ପୁରୁଷ ଓ ମହିଳା ଆସି ଟେଲିଫୋନ ଭବନ ଘେରାଉ କରି ଦାବିପତ୍ର ପ୍ରଦାନ କରିଥିଲେ।ଆସନ୍ତା ୨ଦିନ ମଧ୍ୟରେ ସେବା ସ୍ୱାଭାବିକ ହେବ ବୋଲି ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଭଞ୍ଜନଗର ମୋବାଇଲ ଜେଟିଓ ଦାୟିତ୍ୱ ରେ ଥିବା ଅଧିକାରୀ ଙ୍କ ପାଦ କେବେ ଏଠାରେ ଥିବା କାର୍ଯ୍ୟାଳୟ ରେ ପଡୁନାହିଁ।ସେ ସବୁବେଳେ ବ୍ରହ୍ମପୁରରେ ରହୁଥିବାରୁ ସ୍ଥାନୀୟ ଅଞ୍ଚଳର ସମସ୍ୟାକୁ ଗୁରୁତ୍ୱ ଦେଉ ନ ଥିବା ଜଣାପଡ଼ିଛି।ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.