ଏଲ୍ ଆର୍ ଏଚ୍ ଏସ୍ ସାନ ବରଗାଁ ୧୯୯୯-୨୦୦୦ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ଉତ୍ସବ।

0 3

ପୋଲସରା,୧୭/୧୧ (ପିପିଟି): ଚଳିତ ମାସ ମାସନ୍ତ ତିଥି ଦିବସରେ ପୋଲସରା ବ୍ଳକ୍ ନିମିନା ଗ୍ରାମ ପଞ୍ଚାୟତ ସାନ ବରଗାଁ ସ୍ଥିତ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ୧୯୯୯-୨୦୦୦ ମ୍ୟାଟ୍ରିକ ଵ୍ୟାଚର ଏକ ବନ୍ଧୁମିଳନ ଉତ୍ସବ ବହୁ ଉତ୍ସାହ ଏବଂ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟାଚର ୪୮ ଜଣ ଛାତ୍ରଛାତ୍ରୀଗଣ ନିଜ ନିଜର ପରିବାର ସହିତ ଯୋଗଦେଇଥିଲେ। ନିଜର ଜ୍ଞାନ ମନ୍ଦିର ଶିକ୍ଷାନୁଷ୍ଠାନ ପରିସର ସ୍ଥିତ ସାଂସ୍କୃତିକ ମଣ୍ଡପରେ ଏହି ସ୍ମରଣୀୟ ସ୍ମୁତି ବହନ କରିଥିବା ଗୁରୁ ଏବଂ ଶିଷ୍ୟଙ୍କ ଭାବବିହ୍ୱଳ ପର°ପରା ପ୍ରତୀକ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବ୍ୟାଚ୍ ପକ୍ଷରୁ ନିମନ୍ତ୍ରୀତ ଉକ୍ତ ଶିକ୍ଷାନୁଷ୍ଠାନର ଅବସରକାଳୀନ ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ସାହୁଙ୍କ ସମେତ ଛବିଲାଲ ମହାନ୍ତି, ଅଭିମନ୍ୟୁ ପ୍ରଧାନ, ଶ୍ରୀନିବାସ ମିଶ୍ର, ପ୍ରଭାତ କୁମାର ତ୍ରିପାଠୀ, ପ୍ରଭାକର ସାହୁ ଓ ଭଗବାନ ସାହୁ ପ୍ରମୁଖ ସେବାନିବୃତ୍ତ ଶିକ୍ଷକ ବୃନ୍ଦ ଏବଂ ବର୍ତ୍ତମାନ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଡାକ୍ଟର ସାହୁ, ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ଲଳିତ ମୋହନ ତ୍ରିପାଠୀ ସମସ୍ତେ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ନିଜର ଆଦର୍ଶ ଏବଂ ପ୍ରିୟ ଗୁରୁମାନଙ୍କୁ ବ୍ୟାଚ ପକ୍ଷରୁ ପରମ୍ପରା ଅନୁଯାୟୀ ମଞ୍ଚ ଉପରକୁ ସ୍ଵାଗତ କରାଯିବା ସହିତ ମଥାରେ ତିଳକ, ପୁଷ୍ପ ମାଲ୍ୟାର୍ପଣ କରି ଆଶିଷ ଲାଭ କରିଥିଲେ। ପରେ ଶିଷ୍ୟ ଓ ଶିଷ୍ୟାମାନେ ପାଠ ପଢୁଥିବା ସମୟର ସ୍ମୃତିମନ୍ଥନ କରିବା ସହିତ ଆଜି ଯେଉଁ ପ୍ରେରଣାଦାୟୀ କର୍ମଜୀବନକୁ ନେଇ ସମାଜରେ ସମ୍ମାନର ସହିତ ବଞ୍ଚିବାର ରାସ୍ତା ପାଇଛନ୍ତି ସେଥିପାଇଁ ସେମାନଙ୍କ ଅତି ଆଦର ଗୁରୁମାନଙ୍କ ଠାରୁ ଶିଖିଥିବା ଆଦର୍ଶ ଗୁରୁଜ୍ଞାନ ହଁ ମୂଳମନ୍ତ୍ର ଅଟେ ବୋଲି ଭାବବିହ୍ୱଳ ପୂର୍ଣ୍ଣ କଣ୍ଠରେ ଛାତ୍ରଛାତ୍ରୀମାନେ ପ୍ରକାଶ କରିବା ସହ ନିଜର ଜ୍ଞାନଦାତା ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ମାନପତ୍ର ସହିତ ଡାଏରୀ ପ୍ରଦାନ କରି ସମ୍ମାନୀତ କରିଥିଲେ ଏବଂ ସେମାନଙ୍କ ଦୀର୍ଘାୟୁ ଖୁସି ଆନନ୍ଦ ଜୀବନ ପାଇଁ ପ୍ରଭୂଙ୍କ ଠାରେ ପ୍ରାର୍ଥନା କରିଥିଲେ। ପରେ ସମ୍ମାନୀତ ଗୁରୁବୃନ୍ଦ ନିଜର ପ୍ରିୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅଭୂଲା ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ହେବାପରେ ନିଜ ନିଜର ମାର୍ଗଦର୍ଶନ ସ୍ବରୂପ ଆର୍ଶିବଚନ ଏବଂ ଛାତ୍ରଛାତ୍ରୀମାନଙ୍କ ଏବଂ ତାଙ୍କର ପରିବାରବର୍ଗଙ୍କ ନିସ୍କଣ୍ଟିତ କର୍ମମୟ ଜୀବନ ସୁଖ ଓ ଆନନ୍ଦରେ ଅତିବାହିତ ହେବାକୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଆରମ୍ଭରେ ଜାତୀୟ ସଂଗୀତ ଜନ ଗଣ ମନ ସଂଗୀତ ସାମୂହିକ ଭାବେ ଗାନ କରାଯିବା ପରେ ବ୍ୟାଚର ୨ ଜଣ ଦିବ°ଗତ ସହପାଠୀଙ୍କ ଅମର ଆତ୍ମାର ଶାନ୍ତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ଏତଦ୍ ପରେ ବ୍ରହ୍ମପୁରର ନର୍ସିଂଛାତ୍ରୀ ଆୟୁସ୍ମିତା ଗୌଡ ସ୍ଵାଗତ ସମ୍ବଲପୁରୀ ସଂଗୀତ ନୃତ୍ୟାଭିନୟ ପରିବେଷଣ କରିଥିବା ବେଳେ ବ୍ରହ୍ମପୁର ଡିପଲ୍ ସ୍କୁଲର ୮ମ ଶ୍ରେଣୀ ଛାତ୍ରୀ ଆରାଧ୍ୟା ରାଣୀ ସାହୁ ଅତି ସୁନ୍ଦର ଭାବେ ମଂଚ ପରିଚାଳନା କରି ନିଜର ଦକ୍ଷତା ପ୍ରଦର୍ଶନ କରି ପ୍ରଶ°ସିତ ହୋଇଥିଲେ। ସମ୍ପୂର୍ଣ୍ଣ ସଭା କାର୍ଯ୍ୟକ୍ରମଟି ବ୍ୟାଚର ଛାତ୍ର ବୋଦ୍ଧାଦିତ୍ୟ ସାହୁ ଏବଂ ଛାତ୍ରୀ ରଶ୍ମିତା ସାହୁ ଉଭୟଙ୍କ ବଳିଷ୍ଠ ନେତୃତ୍ୱରେ ସମ୍ପାଦିତ ହୋଇଥିଲା।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.