ଅସହାୟ ବୃଦ୍ଧାଙ୍କ ମୁହଁରେ ହସ ଫୁଟାଇଲା ଚିକିଟି ପ୍ରେସ କ୍ଲବ ।

0 205

ଚିକିଟି, ୧୬/୧୧(ପିପିଟି): ଜାତୀୟ ସାମ୍ବାଦିକତା ଦିବସକୁ କେବଳ ଆନୁଷ୍ଠାନିକତା ମଧ୍ୟରେ ସୀମିତ ନ ରଖି ସେବା ଓ ମାନବିକତାର ବାର୍ତ୍ତା ଦେଇଛି ଚିକିଟି ପ୍ରେସ କ୍ଲବ। ଏହି ଅବସରରେ କ୍ଲବ ପକ୍ଷରୁ ଚିକିଟି ପେଣ୍ଠସ୍ଥିତ ବୃଦ୍ଧାଶ୍ରମରେ ରହୁଥିବା ନିଃସହାୟ ବୃଦ୍ଧାମାନଙ୍କୁ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ପ୍ରଥମେ ପ୍ରେସ କ୍ଲବର ସଦସ୍ୟମାନେ ବୁଢ଼ୀମା ଠାକୁରାଣୀ ମନ୍ଦିରରେ ଏକତ୍ରିତ ହୋଇ ମା’ଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରିବା ସହ ସାମ୍ବାଦିକତାର ଆଦର୍ଶ, ସାମାଜିକ ଦାୟିତ୍ୱବୋଧ ଓ ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ପରେ ବୃଦ୍ଧାଶ୍ରମରେ ପହଞ୍ଚି ଅନ୍ତେବାସୀଙ୍କ ସହ ଭାବ ବିନିମୟ କରିବା ସହ ସେମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଥିଲେ। ସାମ୍ବାଦିକତା କେବଳ ଖବର ପରିବେଷଣରେ ସୀମିତ ନୁହେଁ, ବରଂ ସମାଜର ଅବହେଳିତ ଓ ଅସହାୟ ବର୍ଗଙ୍କ ପାଖରେ ଠିଆ ହେବା ମଧ୍ୟ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସଭାପତି ନିଗମାନନ୍ଦ ପଣ୍ଡା, ଉପସଭାପତି ଦୀପକ କୁମାର ଚୌଧୁରୀ, ସମ୍ପାଦକ ଅରୁଣ କୁମାର ପଣ୍ଡା, ଆଇନ ପରାମର୍ଶଦାତା ମାନସ ରଞ୍ଜନ ପାଢ଼ୀ, ଉପଦେଷ୍ଟା ବିଭୁଧେନ୍ଦ୍ର ପାଢ଼ୀ, ଅର୍ଜୁନ ପଣ୍ଡା(ଚେତନା ସମ୍ପାଦକ ), ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ ରତିକାନ୍ତ ପାଢ଼ୀ, କୃଷ୍ଣଚନ୍ଦ୍ର ପାଢ଼ୀ, ପ୍ରଶାନ୍ତ ପଟ୍ଟନାୟକ, ରୁପାଲି ମହାନ୍ତି, ଦୁର୍ଗା ମାଧବ ମହାରଣା ଓ କ୍ଲବର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ -ନିଗମାନନ୍ଦ ପଣ୍ଡା

Leave A Reply

Your email address will not be published.