ଧାମରା ମତ୍ସ୍ୟ ପୋତାଶ୍ରୟରେ ଶବ ଉଦ୍ଧାର ।

0 34

ଧାମରା,୧୨/୧୧: ଧାମରା ମତ୍ସ୍ୟ ପୋତାଶ୍ରୟ ନିକଟରେ ଏକ ଶବକୁ ଧାମରା ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ଖବରରୁ ଜଣାଯାଇଛି ମସ୍ତ୍ୟପୋତାଶ୍ରୟ ଅଧୀନରେ ଥିବା ବାଲେଶ୍ୱର ମେରାଇନ ଚିଙ୍ଗୁଡ଼ି କମ୍ପାନୀ ରେ ପଞ୍ଚୁଟିକ୍ରି ଗ୍ରାମର ଅବିନାଶ ଧଳ (୩୫)ଦୀର୍ଘ ଦିନ ହେବ କାର୍ଯ୍ୟ କରି ଆସୁଥିଲା। ଉଦ୍ଧାର ହୋଇଥିବା ଶବଟି ସମ୍ପୃକ୍ତ ବ୍ୟକ୍ତିର ବୋଲି ଜଣା ଯାଇଛି। ଏହା ଏକ ଅପମୃତ୍ୟୁ ହୋଇଥିବା ବେଳେ ଏ ନେଇ ଧାମରା ସାମୁଦ୍ରିକ ଥାନା ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ଜାରୀ ରହିଛି। ସ୍ଥାନୀୟ ବାସୀଙ୍କ ର ଅଭିଯୋଗ ଅନୁଯାଇ ବାଲେଶ୍ୱର ମେରାଇନ ଚିଙ୍ଗୁଡ଼ି କମ୍ପାନୀ ର କାର୍ଯ୍ୟରତ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବୀ ହୋଇଛି।

Leave A Reply

Your email address will not be published.