କବିସୂର୍ଯ୍ୟନଗର,୧୨/୧୧(ପିପିଟି):ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ସିଆଳିଆ ପଞ୍ଚାୟତର ସିଆଳିଆ ପଞ୍ଚାୟତର ସିଦ୍ଧେଶ୍ଵର ଶନି ମନ୍ଦିର ରାସ୍ତା ୱାର୍କ କୋଡ (2412013018/RC/10621094) ମାଟି ମୁରୋମ ରାସ୍ତା କାର୍ଯ୍ୟର ଏଷ୍ଟିମେଟ ମୂଲ୍ୟ ୪,୯୯୯୯୯ ଟଙ୍କା । ବର୍ତ୍ତମାନ ଖର୍ଚ୍ଚ ହୋଇଛି ୮୫୯୯୫ ଟଙ୍କା । ଉକ୍ତ କାର୍ଯ୍ୟ ଆରମ୍ଭରୁ ସୂଚନା ଫଳକ ଲଗାଇବା କଥା କିନ୍ତୁ ବିନା ସୂଚନ ଫଳକରେ କାର୍ଯ୍ୟ କରାଯାଉଛି । ଶ୍ରମିକ ବଦଳରେ ଜେସିବି ମେସିନ କାର୍ଯ୍ୟ ଚାଲିଛି । ଏହି ଘଟଣା ସମ୍ପର୍କରେ ସାମାଜିକ କର୍ମୀ ତଥା ସାମ୍ବାଦିକ ସମରଜିତ୍ ମହାନ୍ତି ସରକାର,ପ୍ରଶାସନ ଓ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଛନ୍ତି ।