ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଦକ୍ଷିଣପୁର ।

0 0

ବ୍ରହ୍ମପୁର,୦୮/୧୧(ପିପିଟି): କୁକୁଡାଖଣ୍ଡି ବ୍ଲକ ଦକ୍ଷିଣପୁର କ୍ଲଷ୍ଟର କେନ୍ଦ୍ରସ୍ଥ ବାଳକୃଷ୍ଣପୁର ବିଦ୍ୟାଳୟ ଠାରେ ପଞ୍ଚମ ମାସିକ କ୍ଲଷ୍ଟର ବୈଠକ ଶିନିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆମ୍ବଗଡ ସଭାପତି ତଥା ଲାଞ୍ଜିଆ ସମିତି ସଭ୍ୟ କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବୈଠକର ଶୁଭାରମ୍ଭ କରିଥିଲେ। ଏମ ସି ଏମ୍ ର ପ୍ରଭାବ ଏପରି, ସିଧାସଳଖ ଛାତ୍ର ଛାତ୍ରୀ ମାନଙ୍କ ଉପରେ ପଡ଼ୁଛି ଓ ଶିକ୍ଷାଦାନର କିପରି ଉନ୍ନତି ହୋଇଛି କହି ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଶିକ୍ଷା ବିଭାଗକୁ ପ୍ରଶଂସା କରି ବୈଠକରୁ ବିଦାୟ ନେଇଥିଲେ । ତତ୍ପରେ ସି.ଆର.ସି.ସି ଦୁଷ୍ମନ୍ତ କୁମାର ପଟ୍ଟନାୟକ ଉପସ୍ଥିତ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ କରି ଏହି ଏମସିଏମ୍ ର କାର୍ଯ୍ୟସୂଚୀ ପ୍ରଦାନ କରିଥିଲେ ଏବଂ ପୂର୍ବ ବୈଠକର ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ତତ୍ପରେ ମୌଳିକ ସାକ୍ଷରତା ବା ପଠନ ଦକ୍ଷତାର କିପରି ବିକାଶ ହେବ ତାହା ଉପରେ ଆଲୋଚନା କରି ଚାରୋଟି ଦଳ ଗଠନ କରିଥିଲେ। ପ୍ରତ୍ୟେକ ଦଳକୁ କିଛି ପାଠ୍ୟ ଉପକରଣ ଓ କାର୍ଯ୍ୟପଦ ଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ପ୍ରଥମଦଳ ତରଫରୁ ଲାଞ୍ଜିଆ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ମହାରାଣା, ଆମ୍ବଗଡ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନୀତା ସାହୁ,ବାଳକୃଷ୍ଣପୁର ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ନାହାକ, ବିରିବାଡ଼ିଆ ଶିକ୍ଷକ ସୌମ୍ୟରଞ୍ଜନ ଦାସ ବିଭିନ୍ନ ପ୍ରଶ୍ନ ପଚାରି ନିଜ ନିଜର ସନ୍ଦେହ ଦୂର କରାଇଥିଲେ । ଦ୍ବିତୀୟ ଦଳ ତରଫରୁ ଦକ୍ଷିଣପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଏ.ପୁଷ୍ପଲତା, ପଦରବାଲି ଶିକ୍ଷୟିତ୍ରୀ ଦେବକୀ ମଲ୍ଲିକ, ବିନୋଦିନୀ ବେହେରା ଏବଂ ବାଳକୃଷ୍ଣପୁର ପ୍ରଧାନ ଶିକ୍ଷୟିତ୍ରୀ ଶଶିରେଖା ମଲ୍ଲିକ ପଠନ ଦକ୍ଷତାର ବିକାଶକୁ ସ୍ଥାପନ କରିଥିଲେ। ତଦ୍‌ପରେ ସି.ଆର.ଜି ସୁଶ୍ରୀ ସଙ୍ଗୀତା ପାତ୍ର ମୌଳିକ ସଂଖ୍ୟା ଜ୍ଞାନ ଉପରେ ଆଲୋଚନା ଜାରି ରଖିଥିଲେ ଏବଂ ଯାଦୁ ପେଡ଼ିରେ ଥିବା ଶିକ୍ଷଣ ସାମଗ୍ରୀ ଗୁଡ଼ିକୁ ବ୍ୟବହାର କରି ଯୋଡ଼ା ଯୋଡ଼ା ଗଣି ଦ୍ବିତୀୟ ଶ୍ରେଣୀରେ କିପରି ଗୁଣନ ପ୍ରକ୍ରିୟା କରାଯିବ ତାହା ବୁଝାଇଥିଲେ । ଏଥୁରେ ବୁଦାଲୁଣ୍ଡି ପ୍ରଧାନ ଶିକ୍ଷୟିତ୍ରୀ ମହାଲକ୍ଷ୍ମୀ କର, ବାଘଝରି ପ୍ରଧାନ ଶିକ୍ଷୟିତ୍ରୀ ସରସ୍ଵତୀ ଆଚାରୀ, କୁମ୍ଭଝରୀ ସେବାଶ୍ରମ ପ୍ରଧାନ ଶିକ୍ଷକ ପି. ନରସିଂହ ଏବଂ ଲାଞ୍ଜିଆ ଶିକ୍ଷୟିତ୍ରୀ ରଞ୍ଜୁଲତା ପଟ୍ଟନାୟକ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଗ୍ୟାଲେରୀ ପରିଭ୍ରମଣ ଓ ଭେନ୍ୟୁ ବିଦ୍ୟାଳୟ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନର ବିରତି ହୋଇଥିଲା । ମଧ୍ୟାହ୍ନ ଭୋଜନ ପରେ ସି.ଆର.ସି.ସି କାର୍ଯ୍ୟକ୍ରମକୁ ଆଗେଇ ନେଇ ନ୍ୟସ୍ତ କାର୍ଯ୍ୟ ରେ କିପରି ସମସ୍ତ ଶିକ୍ଷୟିତ୍ରୀଙ୍କୁ ଅନ୍ତର୍ଭୁକ୍ତ କରିବା ସେହି କ୍ରମରେ ଆଲୋଚନା କରିଥିଲେ। ଆଲୋଚନାରେ ଗୁଣ୍ଠବନ୍ଧର ଶିକ୍ଷୟିତ୍ରୀ ଗୀତାଞ୍ଜଳି ବିଶୋଇ, ଆମ୍ବଗଡ଼ର ଶିକ୍ଷୟିତ୍ରୀ ଜନତା କୁମାରୀ ସାହୁ, ଦକ୍ଷିଣପୁରର ଶିକ୍ଷୟିତ୍ରୀ ମନୀଷା ମଞ୍ଜରି ବଡ଼ମୁଣ୍ଡି ଏବଂ ଗୁଣ୍ଠବନ୍ଧର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା କୁମାରୀ ସାହୁ ବିଭିନ୍ନ ପ୍ରଶ୍ନ ପଚାରି ନିଜ ନିଜର ସନ୍ଦେହ ଦୂର କରାଇଥିଲେ । ତତ୍ ସହିତ ଶିକ୍ଷଣ ସୋପାନ ରଜିଷ୍ଟର ଉପରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ରେ ଭଗବାନପୁରର ଶିକ୍ଷକ ଶିବାନନ୍ଦ ସାହୁ କିପରି ‘ନିପୁଣ ଆପ୍’ ରେ ଡାଟା ଲୋଡ୍ କରାଯିବ ତାହା କହିଥିଲେ। ପ୍ରୟାସ କାର୍ଯ୍ୟକ୍ରମ ଏବଂ ଶୈକ୍ଷିକ ଯୋଜନା ଉପରେ ଆଲୋଚନା କରି ସଂକ୍ଷେପଣ କରାଯାଇଥିଲା । ଏହି ବିଦ୍ୟାଳୟର ଶିକ୍ଷକ ରାମମୋହନ ପତି ଓ ରମେଶ ସେନାପତି ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ କଲ୍ୟାଣୀ ତ୍ରିପାଠୀ ଓ ଜୟନ୍ତୀ ଗୌଡ଼ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ବିଦ୍ୟାଳୟର ପାଠିକା ମାନେ ଖାଦ୍ୟ ପରିବେଷଣ କରିଥିଲେ, ଶେଷରେ ରବିନ ପାତ୍ର ଅତିଥି ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶଶିରେଖା ମଲିକ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ ।

Leave A Reply

Your email address will not be published.