ଅର୍ଣ୍ଣବ ବାତ୍ୟା ଯୋଗୁଁ ହୋଇଥିବା କୃଷି ଫସଲ କ୍ଷୟକ୍ଷତିର ମିଳିତ ଯାଞ୍ଚ ।

0 12

ବେଗୁନିଆପଡା,୦୫/୧୧(ପିପିଟି): ଅର୍ଣ୍ଣବ ବାତ୍ୟା ଯୋଗୁଁ ହୋଇଥିବା କୃଷି ଫସଲ କ୍ଷୟକ୍ଷତିର ମିଳିତ ଯାଞ୍ଚ ଆଜି କୋଦଳା ଏନ ଏ ସି ଅନ୍ତର୍ଗତ ବିଭିନ୍ନ ଜମି ସହ ଫାଶୀ ପଂଚାୟତରେ ହୋଇଥିଲା। ଗଞ୍ଜାମ ଜିଲ୍ଲା ପାଇଁ ନିୟୋଜିତ ନୋଡାଲ ଅଧିକାରୀ ତଥା ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡର ଉପସଚିବ ଶ୍ରୀ ଗଦାଧର ପାତ୍ରଙ୍କ ସହିତ କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ, ବେଗୁନିଆପଡା ବିଡ଼ିଓ ସୁନୀଲ କୁମାର ସାମନ୍ତ, ବ୍ଲକ କୃଷି ଅଧିକାରୀ ରାମଲାଲ ସମଦ, ବ୍ଲକ ଉଦ୍ୟାନ କୃଷି ଅଧିକାରୀ ସୁବାଶିଷ ପାତ୍ର ଙ୍କ ସମେତ ରାଜସ୍ବ ନିରୀକ୍ଷକ ବୁଲି କ୍ଷତିଗ୍ରସ୍ତ ହୋଇଥିବା ଧାନ ଫସଲ ବୁଲି ଦେଖିଥିଲେ। ଓ ମିଳିତ ଭାବେ ଫସଲ କ୍ଷୟକ୍ଷତିର ଯାଞ୍ଚ କରିଥିଲେ। ଏହା ସହିତ କୋଦଳା ତହସିଲଦାର. ଙ୍କ କାର୍ଯ୍ୟାଳୟ ପରିସରରେ ଏକ ବୈଠକ କରି ଆଲୋଚନା କରିଥିଲେ। ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ବ୍ଲକର ବିଭିନ୍ନ ପଂଚାୟତର ଧାନ ଫସଲ ଉପରେ ବିଭିନ୍ନ ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ଅନୁସାରେ ତହସିଲଦାର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି ବୈଠକରେ ସ୍ଥିର ହୋଇଥିଲା।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.