ବଦାଙ୍ଗୀରେ ବୃଦ୍ଧଙ୍କୁ ହତ୍ୟା : କାରଣ ଅସ୍ପଷ୍ଟ ।

0 2

ଭଞ୍ଜନଗର, ୦୫/୧୧(ପିପିଟି); ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗି ଗ୍ରାମ ଗୌଡ଼ ସାହିର ତ୍ରିନାଥ ଗୌଡ଼ (୮୦)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି।ସେହି ଗ୍ରାମରେ ତ୍ରିନାଥ ନିଜ ଘରେ ଏକୁଟିଆ ରହୁଥିବା ବେଳେ ତାଙ୍କ ପୁଅ ଜଳନ୍ଧର ଗୌଡ଼ ଗ୍ରାମ ମଧ୍ୟଭାଗରେ ଥିବା ଅନ୍ୟ ଏକ ଘରେ ରହୁଥିଲେ। ଗୁରୁବାର ସକାଳେ ତ୍ରିନାଥଙ୍କ ପୁଅ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଭଞ୍ଜନଗର ଏଏସ୍‌ପି ରଞ୍ଜନ କୁମାର ଦେ ଓ ତାରସିଂ ଥାନା ଅଧିକାରି ଶୁଭଲକ୍ଷ୍ମୀ ପୂଜାରୀ ଓ ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଅପରାହ୍ନରେ ପୋଲିସ ଏକ ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଇଥିଲା।ହତ୍ୟାକାରୀ ଓ ହତ୍ୟାକାଣ୍ଡ ସମ୍ପର୍କରେ କୌଣସି ସଠିକ ସୂଚନା ମିଳି ପାରିନାହିଁ।ଘଟଣାର ଅଧିକ ତଦନ୍ତ ଜାରି ରହିଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.