ଚିକିଟି,୧୮/୧୦(ପିପିଟି):ଅନନ୍ୟ ସାଧାରଣ ଐତିହାସିକ ଗୁରୁ ସ୍ୱର୍ଗତ ପ୍ରଭୁପ୍ରସାଦ ବ୍ରହ୍ମାଙ୍କ ଧର୍ମପତ୍ନୀ କଲ୍ୟାଣୀ କମାକ୍ଷୀ ଦେବୀଙ୍କର ବୟାନବେ ବର୍ଷ ବୟସରେ ଦେହାନ୍ତ ଖବର ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି । ଜୈଷ୍ଠ ନନ୍ଦନ ଡକ୍ଟର ମଣି କମାକ୍ଷୀ ପ୍ରସାଦ ବ୍ରହ୍ମା, ମଧ୍ୟମ ପୁତ୍ର ଅଧିବକ୍ତା ବିରାଜ କମାକ୍ଷୀ ପ୍ରସାଦ ବ୍ରହ୍ମା, କନିଷ୍ଠ ନନ୍ଦନ ଡକ୍ଟର ବିକ୍ରମ କମାକ୍ଷୀ ପ୍ରସାଦ ବ୍ରହ୍ମା, କନ୍ୟା ରଶ୍ମୀ କାମାକ୍ଷୀ ଦେବୀ, ଜ୍ୟାମାତା ଅଧ୍ୟାପକ ନୃସିଂହାନନ୍ଦ ପଣ୍ଡା, ଝିଆରୀ ଜ୍ବାଇଁ ପ୍ରଫେସର ଡାକ୍ତର ଶୁଭେନ୍ଦୁ ଆଚାର୍ଯ୍ୟଙ୍କ ମିଳିତ ସହଯୋଗରେ ପଞ୍ଚଦଶ ଦିବସରେ ଦେବ ଦେବ ଜମ୍ବେଶ୍ୱର ମହାଦେବଙ୍କ ପୀଠରେ ବନ୍ଧୁପରିଜନ, ଭଦ୍ରବ୍ୟକ୍ତି ବୃନ୍ଦ ଓ ବରିଷ୍ଠ ନାଗରିକଙ୍କ ସମାବେଶରେ ବଂଧୁମିଳନ, ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଡ଼ଃ ଲମ୍ବୋଦର ପାଣିଗ୍ରାହୀ, ଅଧ୍ୟାପକ ହରିଶ୍ଚନ୍ଦ୍ର ସାହୁ, ଡ଼ଃ ବିକ୍ରମ କମାକ୍ଷୀ ପ୍ରସାଦ ବ୍ରହ୍ମା ଓ ସୁରେନ୍ଦ୍ରନାଥ ପାଢ଼ୀ, ଦିବଙ୍ଗତ କଲ୍ୟାଣୀ ଦେବୀଙ୍କ ଧର୍ମନିଷ୍ଠା, ମଧୁର ଆଚରଣ, ପରୋପକାର ପ୍ରବଣତା ଏବଂ ମହାନ ବ୍ୟକ୍ତିତ୍ୱର ପରାକାଷ୍ଠା ସମ୍ପର୍କରେ ଆଲୋକପାତ କରିଥିଲେ । ପରିଶେଷରେ ସ୍ୱାଦିଷ୍ଟ ଅନ୍ନ ପ୍ରାସାଦରେ ସମସ୍ତେ ଆପ୍ୟାୟିତ ହୋଇଥିଲେ । ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କବଚ କମାକ୍ଷୀ ପ୍ରସାଦ ବ୍ରହ୍ମା ।
ରିପୋର୍ଟ -ନିଗମାନନ୍ଦ ପଣ୍ଡା