ପୋଲସରା ,୧୩/୧୦(ପିପିଟି): ପୋଲସରା ପୌରପରିଷଦ ଦେଉଳପେଡ଼ି କ୍ଲଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୬ ସ୍ଥାନୀୟ ରାଣୀପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଅଛି। କାର୍ଯ୍ୟକ୍ରମଟି ସିଆରସିସି ମଳୟ ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ୍ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିବା ବେଳେ ନିକଟରେ ଏସଏମସି ସଭାପତି ପ୍ରସାନ୍ତ କୁମାର ମହାରଣା (ମୁଖ୍ୟ ଅତିଥି ), ସହାୟକ ଶିକ୍ଷକ ନାରାୟଣ ନାୟକ (ମୁଖ୍ୟବକ୍ତା) ଏବଂ ସିଆରଜି ପ୍ରିୟବ୍ରତ ବେହେରା ଓ ବାସନ୍ତି ଦାସ (ବରିଷ୍ଠ ଶିକ୍ଷୟତ୍ରୀ) ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ସିଆର୍ସିସି ଅତିଥିବୃନ୍ଦଙ୍କୁ ସ୍ଵାଗତ ଏବଂ ସେମାନଙ୍କ ପରିଚୟ ପ୍ରଦାନ ସହିତ ‘ସୁରଭି’ କାର୍ଯ୍ୟକ୍ରମ ଉପରେ ଆଲୋକ ପାତ କରିଥିଲେ। ପ୍ରଧାନଶିକ୍ଷକ ଅଭିଭାଷଣ ଜରିଆରେ ଉକ୍ତ ଅନ୍ତର୍ନିହିତ ପ୍ରତିଭା ଶାରୀରିକ ଓ ମାନସିକ ଦକ୍ଷତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଅନ୍ୟ ମଞ୍ଚାସିନ ଅତିଥୀ ବୃନ୍ଦ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ଜରିଆରେ ଶିଶୁମାନଙ୍କ ମଧ୍ୟରେ ଲୁଚି ରହିଥିବା ଦକ୍ଷତାକୁ ହାସଲ କରିବା ହେଉଛି ଏହି ମହୋତ୍ସବର ମୂଳ ଉଦ୍ଦେଶ୍ୟ ବୋଲି ବୁଝାଇଥିଲେ। ଏଥିରେ କ୍ଲଷ୍ଟର ସ୍ଥିତ ୮ଟି ପ୍ରାଥମିକ, ୨ଟି ଉଚ୍ଚ ପ୍ରାଥମିକ ୩ଟି ଉଚ୍ଚ ବିଦ୍ୟାଳୟ ଏବଂ ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସର୍ବମୋଟ୍ ୧୮୦ ଜଣ ବାଳକ, ବାଳିକା ଓ ଛାତ୍ରଛାତ୍ରୀଗଣ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପରେ ୨୨ ଜଣିଆ ବିଚାରକ ମଣ୍ଡଳୀଙ୍କ ଦ୍ଵାରା ସବ୍ ଜୁନିୟର୍, ଜୁନିୟର୍ ଓ ସିନିୟର୍ ତିନିଗୋଟି ବର୍ଗର ମୋଟ୍ ୭୮ ଜଣ ପ୍ରଥମ ଦ୍ବିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା କୃତିତ୍ୱ ଛାତ୍ରଛାତ୍ରୀମାନଙ୍କୁ ଅତିଥିବୃନ୍ଦଙ୍କ ଦ୍ବାରା ପ୍ରଶଂସାପତ୍ର ସହିତ ଟ୍ରଫି ପ୍ରଦାନ କରାଯିବା ପରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ୩୨ ଜଣ ପ୍ରତିଯୋଗି ବାଳକ ବାଳିକାମାନେ ଆସନ୍ତା କାଲି ୧୪ ତାରିଖ ଦିନ ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପୋଲସରା ଠାରେ ହେବାକୁ ଥିବା ବ୍ଲକ୍ ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ଯୋଗଦେବାକୁ ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମକୁ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ ପୋଲସରାର ଶିକ୍ଷକ ନିରଂଜନ ଦୀକ୍ଷିତ ଖୁବ୍ ସୁନ୍ଦରଭାବେ ସଂଯୋଜନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ପଦ୍ମଲୋଚନ ପାତ୍ର, ବସନ୍ତ କୁମାର ସାହୁ, ଗୋପାଳ କୃଷ୍ଣ ପାଲାଟ ଏବଂ ଏସଏମସି ସଦସ୍ୟବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ପ୍ରଭାତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା