ଢେଙ୍କାନାଳରେ ୫୦ ମୋଡିଫାଏଡ୍ ସାଇଲେନ୍ସର ନଷ୍ଟ, ରୋଡ୍ ରୋମିଓଙ୍କୁ ଚେତାବନୀ ।

0 1

ଢେଙ୍କାନାଳ, ୧୩/୧୦: ଶବ୍ଦ ପ୍ରଦୂଷଣ ରୋକିବାକୁ ଢେଙ୍କାନାଳ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ଟାଉନ ଥାନା ପୁଲିସ ସୋମବାର ୫୦ଟି ବାଇକ୍ରୁ ଖୋଲାଯାଇଥିବା ମୋଡିଫାଏଡ୍ ସାଇଲେନ୍ସରକୁ ରୋଲର ଚଢ଼ାଇ ନଷ୍ଟ କରିଛି। ଏସ୍ପି ଅଜିଙ୍କ୍ୟ ମାନେଙ୍କ ଉପସ୍ଥିତିରେ ଟାଉନ ଥାନା ସମ୍ମୁଖରେ ଏହି କାର୍ଯ୍ୟ କରାଯାଇଥିଲା। ଦ୍ରୁତଗତିରେ ଗାଡ଼ି ଚଳାଇ ଉଚ୍ଚଶବ୍ଦ ସୃଷ୍ଟି କରୁଥିବା ଯୁବକଙ୍କ ବିରୋଧରେ ପୁଲିସ ଏହି ପଦକ୍ଷେପ ନେଇଛି। ସଦର ଏସ୍ଡିପିଓ ରମେଶ ଚନ୍ଦ୍ର ଦୋରା ଓ ଟାଉନ ଥାନା ଅଧିକାରୀ ଧୀରେନ କୁମାର ବେହେରାଙ୍କ ନେତୃତ୍ୱରେ ଏହି ଅଭିଯାନ ଚାଲିଥିଲା। ଆଗକୁ ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା ଥିବାରୁ ଏପରି ଯାଞ୍ଚ ଜାରି ରହିବ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ଏସ୍ପି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.