ଜିଲ୍ଲା ସ୍ତରୀୟ ‘ସ୍ପାର୍କ ୨୦୨୬’ ପ୍ରତିଯୋଗିତାରେ ହାତୀଓଟ, ଓଏଭିର ସଫଳତା ।

0 166

ପୋଲସରା,୦୨/୧୦ (ପିପିଟି) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ଠାରେ ୦୧/୧୦/୨୬ ତାରିଖ ଦିନ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ସ୍ତରୀୟ ‘ସ୍ପାର୍କ ୨୦୨୬’ ପ୍ରତିଯୋଗିତାରେ ପୋଲସରା ବ୍ଲକର ହାତୀଓଟ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ବଡ଼ ସଫଳତା ହାସଲ କରିଛି। ଜିଲ୍ଲାର ୨୨ଟି ବ୍ଲକରୁ ଆସିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ହାତୀଓଟ ସ୍ଥିତ ଓଏଭି ର ୩୪ ଜଣ ଛାତ୍ରଛାତ୍ରୀ ଭାଗ ନେଇ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଛନ୍ତି। ଏଥିରେ ସୋନାକ୍ଷୀ (ଦଶମ ଶ୍ରେଣୀ) କବିତା ଆବୃତ୍ତିରେ ପ୍ରଥମ, ଏସ୍. ସାଈ ପ୍ରସାଦ ଦୋରା (ନବମ ଶ୍ରେଣୀ) ସିନିୟର କୁଇଜ୍‌ରେ ପ୍ରଥମ, ପ୍ରଜ୍ଞା ପ୍ରଭା ଡାକୁଆ (ଅଷ୍ଟମ ଶ୍ରେଣୀ) ଜୁନିୟର କୁଇଜ୍‌ରେ ଦ୍ୱିତୀୟ ଏବଂ ଆୟୁଷ୍ମାନ ସାହୁ (ନବମ ଶ୍ରେଣୀ) ସିନିୟର ଶାସ୍ତ୍ରୀୟ ନୃତ୍ୟରେ ପ୍ରଥମ ପୁରସ୍କାର ପାଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଏଥିସହ ଗୃପ୍ ଶାସ୍ତ୍ରୀୟ ନୃତ୍ୟରେ ଆୟୁଷ୍ମାନ, ଅରୋମିତା, ଶୀତଲ କିରଣ, ସ୍ମିତାରାଣୀ, ଶ୍ରୀୟା ପ୍ରଧାନ ଓ କାଜଲଙ୍କ ଦଳ ଦ୍ୱିତୀୟ ପୁରସ୍କାର ହାସଲ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ଗୌରବମୟ ପ୍ରଦର୍ଶନ ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ଉର୍ମିଳା ସାହୁ ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.