କବିସୂର୍ଯ୍ୟନଗର ବିଇଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

0 0

କବିସୂର୍ଯ୍ୟନଗର,୦୨/୧୦(ପିପିଟି):କବିସୂର୍ଯ୍ୟନଗର ବିଇଓ ଅଭିମନ୍ୟୁ ସାହୁଙ୍କ ଅବସର ଗ୍ରହଣ ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା କବିସୂର୍ଯ୍ୟନଗର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ,ସମ୍ମାନିତ ଅତିଥି ଭାବେ ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ,ପ୍ରଧାନ ଶିକ୍ଷକ ମିହିର କାନ୍ତ ଶତପଥୀ,ପ୍ରଧାନ ଶିକ୍ଷକ ମଧୁସୂଦନ ମହାପାତ୍ର,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସିମାଞ୍ଚଳ ପାଣି,ଶିକ୍ଷକ ନେତା ନାରାୟଣ ବେହେରା,ଶିକ୍ଷକ ନେତା ତୁମ୍ବନାଥ ବେହେରା,ଖଲ୍ଲିକୋଟ ଡି.ଆଇ.ଇ.ଟି.ର ପ୍ରଧ୍ୟାପିକା ନିହାରିକା ସାମନ୍ତରା,ସାଂସଦ ପ୍ରତିନିଧି ଶ୍ରୀକାନ୍ତ ମହାପାତ୍ର ଓ ପ୍ରଧାନ ଶିକ୍ଷକ ଦିବାକର ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଇଓ ଶ୍ରୀ ସାହୁଙ୍କ କାର୍ଯ୍ୟଦକ୍ଷତା,ନିଷ୍ଠା ଓ ସେବା କାର୍ଯ୍ୟକୁ ନେଇ ସମସ୍ତେ ପ୍ରଶଂସା କରିଥିଲେ । ଶ୍ରୀ ସାହୁଙ୍କ ଆଗାମୀ ଭବିଷ୍ୟତ ସୁଖ ଓ ସମୃଦ୍ଧି ପାଇଁ ସମସ୍ତେ କାମନା କରିଥିଲେ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବ୍ଲକ ଓ ଏନ୍ଏସିର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.