ରାଜ୍ୟ ଜୁଡୋ ଚାମ୍ପିୟନଶିପରେ ଅଂଶ ଗ୍ରହଣ ପାଇଁ ୨୭ ଜଣ ଖେଳାଳି ଗସ୍ତ ।

0 187

ମାଲକାନଗିରି,୦୧/୧୦(ପିପିଟି): ରାଜ୍ୟସ୍ତରୀୟ ଓପନ୍ ଷ୍ଟେଟ୍ ଜୁଡୋ ଚାମ୍ପିୟନଶିପ୍–୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ମାଲକାନଗିରି ଜିଲ୍ଲାର ୨୭ ଜଣିଆ ଜୁଡୋ ଦଳ ସମ୍ବଲପୁର ଗସ୍ତ କରିଛି। ଆସନ୍ତା ଅକ୍ଟୋବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ମିୟୁଜମ୍ ନିକଟ ଗଙ୍ଗାଧର ମଣ୍ଡପଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ।
ରାଜ୍ୟ ଜୁଡୋ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସବ୍‌ଜୁନିୟର, କ୍ୟାଡେଟ୍, ଜୁନିୟର ଓ ବରିଷ୍ଠ ବର୍ଗର ଖେଳାଳିମାନେ ବିଭିନ୍ନ ବିଭାଗରେ ଭାଗନେବେ।ଷଆଓମା ଗୁରୁକୁଳ ଓ ଜୁଡୋ ଆସୋସିଏସନ୍ ପକ୍ଷରୁ ମାଲକାନଗିରିର ବିଭିନ୍ନ ଅଞ୍ଚଳରୁ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରାଯାଇ ନିୟମିତ ପ୍ରଶିକ୍ଷଣ ଦିଆଯାଇ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯାଇଛି।ଦଳରେ ସବ୍‌ଜୁନିୟର ବର୍ଗରେ ୮ ଜଣ, କ୍ୟାଡେଟ୍ ବର୍ଗରେ ୪ ଜଣ, ଜୁନିୟର ବର୍ଗରେ ୩ ଜଣ ଏବଂ ବରିଷ୍ଠ ପୁରୁଷ ଓ ମହିଳା ବର୍ଗରେ ୮ ଜଣ ଖେଳାଳି ରହିଛନ୍ତି। ଦଳ ସହ ଟିମ୍ ମ୍ୟାନେଜର ରାମ ମାଡକାମୀ, ସହକାରୀ ମ୍ୟାନେଜର ଅର୍ଜୁନ ଖରା, ପୁରୁଷ କୋଚ୍ ଚନ୍ଦ୍ରଶେଖର ପୂଜାରୀ ଏବଂ ମହିଳା କୋଚ୍ ଲକ୍ଷ୍ମୀ ସୋଡ଼ି ଗସ୍ତ କରିଛନ୍ତି।ଏହି ଖେଳାଳିମାନେ ମାଲକାନଗିରି ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଓ ଅନୁଷ୍ଠାନରୁ ଆସିଥିବା ବେଳେ ଅନେକ ଖେଳାଳି ଆଦିବାସୀ ସମ୍ପ୍ରଦାୟର। ସେମାନଙ୍କ ମଧ୍ୟରେ କେତେକ ଅନାଥ ଓ ଏକକ ଅଭିଭାବକଙ୍କ ସନ୍ତାନ ମଧ୍ୟ ରହିଛନ୍ତି। ଏହି ପିଲାମାନଙ୍କୁ ପ୍ରଶିକ୍ଷଣ ଓ ଚୟନ ପ୍ରକ୍ରିୟାରେ ସାମିଲ କରିବାରେ ଆଓମା ଗୁରୁକୁଳ ଓ ଜୁଡୋ ଆସୋସିଏସନ୍‌ର ସଦସ୍ୟମାନଙ୍କ ସହ ସରିତା ହରିଜନ, ରଶ୍ମି ମାଡକାମୀ, ନକୁଳ କିରିଶାନୀ, ଗୁରୁନାଥ ଓ ସୂର୍ଯ୍ୟକାନ୍ତି ପ୍ରମୁଖ ସହଯୋଗ କରିଛନ୍ତି। ଏହାସହ ଆଓମା ଗୁରୁକୁଳ ଓ ଜୁଡୋ ଆସୋସିଏସନ୍‌ର ସଦସ୍ୟ ରାଜା ଆର୍ଟସ୍, ମହେଶ ଛତ୍ରୀ, ରମ୍ୟରଞ୍ଜନ ପରିଡ଼ା ଓ ଜୟନ୍ତୀ ବୁରୁଦାଙ୍କ ସମେତ ଜିଲ୍ଲା ପରିଷଦ, ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜୁଡୋ ଦଳକୁ ଶୁଭେଚ୍ଛା ଜଣାଯାଇଛି।ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମାଲକାନଗିରି ଦଳର ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗର୍ଵ ଗୌରବ ଆଣିବେ ବୋଲି ଅନୁଷ୍ଠାନ ତରଫରୁ ବିନାଶ କୁମାର ମିଶ୍ର ଆଶା ପ୍ରକାଶ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.