ପଥପ୍ରାନ୍ତ ନାଟକ ଅନୁଷ୍ଠିତ ।

0 187

କୋଦଳା ,୩୦/୦୯(ପିପିଟି ):ବୁଧବାର ଦିବା ୧ଘଟିକା ସମୟରେ କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ତରଫରୁ ସେବା ପକ୍ଷ ଅଭିଯାନ୨୦୨୬ ନିମନ୍ତେ ଏକ ପଥପ୍ରାନ୍ତ ନାଟକ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସ୍ଥାନୀୟ କାକୁଡିଆପଡା ଗ୍ରାମରେ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସୁରକ୍ଷା ନିମନ୍ତେ ” ବୃକ୍ଷ କାନ୍ଦୁଛି ” ଏକ ପଥପ୍ରାନ୍ତ ନାଟକ ସହ ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରି ଯୋଜନା ବିଷୟରେ ଜନସାଧାରଙ୍କୁ ଅବଗତ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମ ରେ ଶୈକ୍ଷିକ ଅଧିକାରୀ  ବିନୋଦ କୁମାର ମିଶ୍ର, ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ସପନ କୁମାର ଦାଶ, ଜାତୀୟ ସେବା ଯୋଜନା ଅଧିକାରୀ ସାଗରିକା ଦାଶ, ରାଜନୀତି ବିଜ୍ଞାନ ଅଧ୍ୟାପକ  ଲିପୁନ ମାଝୀ, ଅଧ୍ୟାପିକା ତପସ୍ୱିନୀ କରଣ, ଯୁବ ରେଡକ୍ରସ ସଂଯୋଜିକା ରତ୍ନାକର ପ୍ରଧାନଙ୍କ ସମେତ ଅନେକ ଅଧ୍ୟାପକ, ଅଧ୍ୟାପିକା ଓ ଅଣ କର୍ମଚାରୀ ଉପସ୍ଥିତ ଥିଲେ । ଆଜିର କାର୍ଯ୍ୟକ୍ରମକୁ ଗଣିତ ବିଭାଗୀୟ ଅଧ୍ୟାପିକା ପ୍ରିୟଦର୍ଶିନୀ ସାହୁ ସଂଯୋଜନା କରିଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.