ବାହାଡାପଦର ହାଇସ୍କୁଲରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ।

0 0

ଭଞ୍ଜନଗର, ୨୯/୦୯(ପିପିଟି ):ଭଞ୍ଜନଗର ବ୍ଲକ ଅନ୍ତର୍ଗତ ନୋଡାଲ ହାଇସ୍କୁଲ ବାହlଡ଼lପଦର ଠାରେ ରୋଟାରୀ କ୍ଲବର ସହଯୋଗୀ ଇନେର ହୁଇଲ କ୍ଳବ, ଭଞ୍ଜନଗର ତରଫରୁ ସଭାପତି ରୂପlରlଣୀ ଚୌଧୁରୀଙ୍କ ସଭାପତିତ୍ୱରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ଡାକ୍ତର ନିବେଦିତା ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ପ୍ରଧାନଶିକ୍ଷକ ସିଦ୍ଧlର୍ଥ ଶଙ୍କର ସ୍ୱାଇଁ,ଜିଲ୍ଳା ପରିଷଦ ସଭ୍ୟା ଶୈଳବାଳା ବିଷୋୟୀ, ରୋଟାରୀ କ୍ଳବ ସଭାପତି ସଂଜୀବ କୁମାର ଚୌଧୁରୀ, ସମ୍ପାଦକ ସୁଶାନ୍ତ କୁମାର ବେହେରା, ଶିକ୍ଷକ ନେତା ଜଗବନ୍ଧୁ ଜେନା, ସନ୍ତୋଷ କୁମାର ଜେନା, ସମାଜସେବୀ ଶୁଳପାଣି ଶତପଥୀ, ରୋଟାରିଆନ ରଂଜିତ କୁମାର ବାରିକ, ସୁନିତା ବାରିକ ପ୍ରମୁଖ ଯୋଗ ଦେଇଥିଲେ । ସମ୍ପାଦିକା ଆରତୀ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ରୀ ବୈଷ୍ଟବୀ ପ୍ରଧାନ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ପ୍ରାୟ ତିନିଶହ ଛାତ୍ରୀଙ୍କୁ ଆବଶ୍ୟକୀୟ ଯତ୍ନ ଓ ସ୍ୱାସ୍ଥ୍ୟ ଉପରେ ଡ଼ଃ ମହାପାତ୍ର ପ୍ରାଞ୍ଜଳ ଭାବେ ବୁଝାଇ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ସଭ୍ୟା ସ୍ମରଣୀକା ପାଢ଼ୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷl କର୍ମଚାରୀ ସମେତ ସଭ୍ୟା ଝରଣା ଜେନା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ହୃଷିକେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.