ଭଞ୍ଜନଗର, ୨୯/୦୯(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତଥା ଘୁମୁସର ଅଞ୍ଚଳର ପ୍ରଶାସନିକ ମୂଖ୍ୟ ଉପଜିଲ୍ଲାପାଳଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ଦଳ ତରଫରୁ ସ୍ଥାନୀୟ ଟାଉନ୍ କଂଗ୍ରେସ କମିଟି ସମ୍ପାଦକ ତଥା ଯୁବ ନେତା ବିଷ୍ଣୁ ପ୍ରସାଦ ଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ ବବି ଅନନ୍ତନାଗ ରଥଙ୍କ ନେତୃତ୍ୱ ରେ କଂଗ୍ରେସ ଦଳର କର୍ମକର୍ତା ବରିଷ୍ଟ ଓକିଲ ରବି ଦାସ, ବିମ୍ବାଧର ଶଢଙ୍ଗୀଙ୍କ ସମେତ ପ୍ରଦେସ କଂଗ୍ରେସ କମିଟି ର ନିର୍ଦ୍ଦେଶ କ୍ରମେ MMDRଏମ ଏମ ଡ଼ି ଆର ୩୦୨୬ର ପ୍ରତ୍ୟାହାର, ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ପାଇଁ ଶିକ୍ଷ୍ୟା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା,ଏସ ଆଇ ଆର ତ୍ରୁଟି ପାଇଁ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ଭଳି ନିଜ ଅଞ୍ଚଳ ର ମୂଖ୍ୟ ସମସ୍ୟା ଭିତରେ ଭଞ୍ଜନଗର ହସ୍ପିଟାଲରେ ଡାକ୍ତର ଅଭାବ ସହ ଚିକିତ୍ସା ରେ ଅବହେଳା, ସ୍ଥାନିୟ ଅଞ୍ଚଳ ରେ ମନ୍ଦିର ରେ ମୂର୍ତ୍ତି ଚୋରୀ ଏବଂ ଅଳଙ୍କାର ଚୋରୀରେ ସମ୍ପୃକ୍ତ ଚୋରଙ୍କୁ ଗିରଫ, ମୁନ୍ସିପାଲ୍ଟି ରେ ଟେକ୍ସ ଆଦାୟ ର ପରିମାଣ ବୃଦ୍ଧି, ବସଷ୍ଟାଣ୍ଡ ରେ ସଫେଇ ରେ ଅବହେଳା, ଖାଦ୍ୟଶସ୍ୟର ଯାଞ୍ଚ ନ ହେବା, ପେଟ୍ରୋଲ ପମ୍ପ ଗୁଡ଼ିକ ରାତି ଦଶଟା ପରେ ବନ୍ଦ ହେବା, ସହରରେ ବୁଲା ଗାଈ ଓ କୁକୁର ରାସ୍ତାରେ ବୁଲିବା ଯୋଗୁଁ ଦୁର୍ଘଟଣା, କଲେଜ ରେ +୨,+୩ପାଠ୍ୟକ୍ରମ ବହି ପ୍ରକାଶନ ରେ ବିଳମ୍ବ ଭଳି ଅନେକ ଦାବି ଉପସ୍ଥାପନ କରାଯାଇଥିଲା। ଯଦି ଏହି ସବୁ ଦାବିକୁ ସରକାର ଗୁରୁତ୍ବ ଦେଇ ତୁରନ୍ତ ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ କଂଗ୍ରେସ ଦଳ ଚେତାବନୀ ଦେଇଛି। ସାଧାରଣ ଜନତାଙ୍କ ସହିତ ଭାରତୀୟ ଜାତୀୟ କଂଗ୍ରେସ ଏହାକୁ ତ୍ୱରାନ୍ୱିତ କରିବ ବୋଲି ସମ୍ପାଦକ ବବି ରଥ କହିଛନ୍ତି।
ରିପୋର୍ଟ -ଜେ କେ ପଟ୍ଟନାୟକ