ଧର୍ମଶାଳା ବ୍ଲକ ପରିସରରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ।

0 178

ଯାଜପୁର,୨୮/୦୯(ପିପିଟି): ଆଜି ଧର୍ମଶାଳା ବ୍ଲକ ପରିସରରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅଧୀନରେ ‘ସେବା ସେତୁ’ ଶିବିର ଆୟୋଜିତ ହୋଇଥିଲା। ଧର୍ମଶାଳା, ବଡ଼ଚଣା ଓ ରସୁଲପୁର ବ୍ଲକର ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହିତାଧିକାରୀମାନେ ଶିବିରରେ ଅଂଶଗ୍ରହଣ କରି ନିଜ ସମସ୍ୟା ଓ ଅଭିଯୋଗ ଉପସ୍ଥାପନ କରିଥିଲେ।

ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ୍‌ରେ ଜନସାଧାରଣଙ୍କ ସମସ୍ୟାର ଶୁଣାଣି ଓ ସମାଧାନ ସହିତ ବିଭିନ୍ନ ସରକାରୀ ଯୋଜନା, ସେବା ଓ ସୁବିଧା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଅମ୍ବର କୁମାର କର ସୋଲାର ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବ।

ଏହି ଅବସରରେ ଜିଲ୍ଲାପାଳ, ପୋଲିସ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ, ବିଡିଓଙ୍କ ସମେତ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.