ଘରେ ପଶିଲା ମହାବଳ, ବାହାରୁ କବାଟ ବନ୍ଦ କଲେ ଗ୍ରାମବାସୀ ।

0 12

ଠାକୁରମୁଣ୍ଡା,୨୫/୦୯: : ଗାଁ ଭିତରକୁ ପଶିଥିବା ଏକ ମହାବଳ ବାଘ ଏକ ଘର ଭିତରେ ପଶିଯିବା ପରେ ଗ୍ରାମବାସୀ ଘରର କବାଟକୁ ବାହାରୁ ବନ୍ଦ କରିଦେଇଥିବା ଜଣାପଡ଼ିଛି। ଏଭଳି ଘଟଣା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଘଟିଛି। ବାଘଟି ଘର ଭିତରେ ପଶିଥିବା ଦେଖି ଲୋକେ ସାହସର ସହିତ ବାହାରୁ କବାଟ ବନ୍ଦ କରିଦେଇଥିଲେ। ଫଳରେ ବାଘଟି ଘର ଭିତରେ ଅଟକି ରହିଥିଲା।

ଘଟଣା ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗର ଏକ ଟିମ୍ ଖପରାଖାଇ ଗାଁରେ ପହଞ୍ଚିଛି। ବାଘକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ଜାରି ରହିଛି। ଅନ୍ୟପକ୍ଷରେ ଗାଁ ଭିତରକୁ ମହାବଳ ପଶିବା ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Leave A Reply

Your email address will not be published.