ଲଗାଣ ବର୍ଷାରେ ଭୁଶୁଡ଼ିଲା ପେଭର ରାସ୍ତା, ନିର୍ମାଣର ଗୁଣବତ୍ତାକୁ ନେଇ ପ୍ରଶ୍ନ ।

0 13

ବେଗୁନିଆପଡ଼ା ,୨୫/୦୯(ପିପିଟି ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଅଗ୍ନିଶ୍ୱର ମନ୍ଦିରଠାରୁ ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ପେଭର ରାସ୍ତା ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଛି। ମାତ୍ର ଦୁଇ ତିନି ଦିନର ବର୍ଷାରେ ରାସ୍ତାର ଏଭଳି ଅବସ୍ଥା ଦେଖି ନିର୍ମାଣ କାର୍ଯ୍ୟର ସ୍ଥାୟୀତ୍ୱ ଓ ଗୁଣବତ୍ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ସୂଚନା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ ହୋଇଥିଲା। ତେବେ ଏତେ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ଲଗାଣ ବର୍ଷାର ଚାପ ସହିନପାରି ଭୁଶୁଡ଼ିଯିବା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଏବେ ପ୍ରଶ୍ନ ଉଠୁଛି, ରାସ୍ତା ନିର୍ମାଣରେ ମାନଦଣ୍ଡ ଅନୁସରଣ କରାଯାଇଥିଲା କି? ଠିକ୍ ଭାବେ ମାଟି ଓ ଏହାର ଆଧାର ପ୍ରସ୍ତୁତ କରାଯାଇଥିଲା କି ? ଏବଂ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ ହୋଇଥିଲା କି ? ସରକାରୀ ଅର୍ଥରେ ନିର୍ମିତ ଏହି ରାସ୍ତା ଏତେ ଶୀଘ୍ର ନଷ୍ଟ ହେବାର ପ୍ରକୃତ କାରଣ କଣ ? ତାହାର ସଠିକ୍ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.