ହବିଷ୍ୟାଳୀ ଯାତ୍ରା ପାଇଁ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଆଇଜି ଡଃ ସତ୍ୟଜିତ ନାୟକ ।

0 2

ପୁରୀ ,୨୪/୧୦(ପିପିଟି):କାର୍ତ୍ତିକ ବ୍ରତ ଓ ହବିଷ୍ୟାଳୀ ଯାତ୍ରାକୁ ଦୃଷ୍ଟିରେ ରଖି ଶନିବାର କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ଡଃ ସତ୍ୟଜିତ ନାୟକ, ଆଇପିଏସ୍‌, ପୁରୀସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଆଗାମୀ କାର୍ତ୍ତିକ ବ୍ରତ ପାଳନ ପାଇଁ ପୁରୀ ଆସୁଥିବା ହବିଷ୍ୟାଳୀ ମହିଳା ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ସମ୍ପର୍କରେ ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ସମୀକ୍ଷା ସମୟରେ ଭିଡ଼ ନିୟନ୍ତ୍ରଣ, ଯାନବାହନ ଚଳାଚଳର ସୁପରିଚାଳନା, ହବିଷ୍ୟାଳୀଙ୍କ ରହଣିସ୍ଥଳର ସୁରକ୍ଷା ଏବଂ ସମଗ୍ର ଯାତ୍ରା ସମୟରେ ଭକ୍ତମାନଙ୍କ ନିରାପତ୍ତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଯାତ୍ରାକୁ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ ପୁଲିସ ଏବଂ ଅନ୍ୟ ସମ୍ପୃକ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବାକୁ ଆଇଜି ଡଃ ନାୟକ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ବୟସ୍କ ହବିଷ୍ୟାଳୀ ଓ ସହାୟତା ଆବଶ୍ୟକ କରୁଥିବା ମହିଳା ଭକ୍ତମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ।

ହବିଷ୍ୟାଳୀଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ପୁଲିସ ମୁତୟନ, ସହାୟତା କେନ୍ଦ୍ର ସ୍ଥାପନ ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। କାର୍ତ୍ତିକ ବ୍ରତ ସମୟରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି ନିରାପଦରେ ରହିବା ସହ ଶାନ୍ତିପୂର୍ଣ୍ଣ ଭାବେ ଧାର୍ମିକ ଅନୁଷ୍ଠାନ ସମ୍ପନ୍ନ କରିପାରିବେ, ସେଥିପାଇଁ ପୁଲିସ ପକ୍ଷରୁ ନିରନ୍ତର ନଜର ରଖାଯିବ।

Leave A Reply

Your email address will not be published.