ବୋଲଗଡ଼,୨୦/୯(ପିପିଟି):ରବିବାର ଦିନ ବୋଲଗଡ଼ ମଣ୍ଡଳରେ ସମସ୍ତ ସରକାରୀ ବିଦ୍ୟାଳୟରେ ମୋଟରେ ୫୪୯୯ ଜଣ ଶିକ୍ଷାର୍ଥୀ ପ୍ରଧାନ ଶିକ୍ଷକମାନଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସର୍ଭେୟର ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଉଲ୍ଲାସ ପରୀକ୍ଷା ଦେଇଥିଲ। ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ବିଆରସିସି କୈଳାସନାଥ ସ୍ୱାଇଁ, ଏବିଇଓ ନିରଞ୍ଜନ ନାୟକ, ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବେହେରା, ଶିକ୍ଷକ ପ୍ରମୋଦ ହୋତା ଓ ତ୍ରିନାଥ ବେହେରା ଓ ୧୪ ଜଣ ସିଆରସିସି ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ,ପରୀକ୍ଷା ସମାପ୍ତି
ପରେ ଅପରାହ୍ନରେ ଖଲିକୋଟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ,ଉକ୍ତ କେନ୍ଦ୍ରର ୬୯ ପରୀକ୍ଷାର୍ଥୀ, ଶିକ୍ଷକ
ଶିକ୍ଷୟିତ୍ରୀ, ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସ୍ବାଇଁ ପ୍ଳାକାର୍ଡ ଧରି ସ୍ଲୋଗାନ ଦେଇ ଖଲିକୋଟ ଗାଁ ପରିକ୍ରମା କରି ଆସ ସ୍କୁଲ ଯିବା, ଉଲ୍ଲାସ, ମୁକ୍ତ ବିଦ୍ୟାଳୟ ଓ ଏନଆଇ ଓଏସ ସମ୍ବନ୍ଧରେ ବାର୍ତ୍ତା ପ୍ରଚାର କରିଥିଲେ. ଉକ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସ୍ୱାଇଁଙ୍କ ରଚିତ ସଚେତନତା ମୂଳକ ସମ୍ବଲପୁରୀ ସଂଗୀତ ଓ ‘ଭଙ୍ଗା କୁଡ଼ିଆରେ ସୁନା ଚଢେଇ ‘ ନାଟକ ଉପରୋକ୍ତ ବିଦ୍ୟାଳୟ ହତା ମଧ୍ୟରେ ପରିବେଷଣ କରିଥିଲେ। ଶିକ୍ଷକ ସୁକାନ୍ତ କୁମାର ଜେନା ଏବଂ ଉମେଶ ଚନ୍ଦ୍ର ସାହୁ ନାଟକରେ ନିର୍ଦ୍ଦେଶନା ଦେଇଥିବା ବେଳେ, ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଜେନା ସମ୍ବଲପୁରୀ ନୃତ୍ୟରେ ନିର୍ଦ୍ଦେଶନା
ଦେଇଥିଲେ। ପ୍ରାୟ ଚାରିଶହ ପଚାଶ ଜଣ ଦର୍ଶକ ଉକ୍ତ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ପରିଶେଷରେ ପ୍ରଧାନ ଶିକ୍ଷକ ଶେଖ ଅନାୱାର ହୋସେନଙ୍କ ସଭାପତିତ୍ୱ ଓ ଶିକ୍ଷକ ନେତା ପ୍ରଫୁଲ୍ଲ ସିଂହଙ୍କ ସଂଯୋଜନାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁଖ୍ୟଅତିଥି, ଆଧ୍ୟାତ୍ମିକ ପ୍ରବକ୍ତା ପୂର୍ଣଚନ୍ଦ୍ର ବେହେରା ମୁଖ୍ୟବକ୍ତା, ବୋଲଗଡ଼ ଶୈକ୍ଷିକ ଉନ୍ନୟନ ପରିଷଦର ଉପଦେଷ୍ଟା ପଦ୍ମ ଚରଣ ବେହେରା, ସଂଗୀତ ଭୂଷଣ ଡ. କୃଷ୍ଣଚନ୍ଦ୍ର ପଟ୍ଟନାୟକ,ଶିକ୍ଷକ ନେତା
ଶୈଲେନ ପଟ୍ଟନାୟକ, ପ୍ରଧାନ ଶିକ୍ଷକ ଭିକାରି ପୁଷ୍ଟି,
ସିଆରସିସି ପ୍ରକାଶ ଚନ୍ଦ୍ର ସାହୁ ଓ ପରିଚାଳନା କମିଟି ଅଧ୍ୟକ୍ଷ
ସୁରେଶ କୁମାର ବେହେରା ସମ୍ମାନିତ ଅତିଥି ରୂପେ ଯୋଗ
ଦେଇ ଉଲ୍ଲସର ଉପଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ବିଚାରକ ରୂପେ ପ୍ରଧାନ ଶିକ୍ଷୟିତ୍ରୀ ସବିତା ଦେଈ,
ଶିକ୍ଷୟିତ୍ରୀ ଅନସାରା ବେଗମ ଏବଂ ସଂଗୀତଜ୍ଞ ମହେଶ୍ବର
ନାୟକ କୃତୀ ପ୍ରତିଯୋଗୀ ଚୟନ କରିଥିଲେ। ପ୍ରଶାନ୍ତ ମହାପାତ୍ର,ଉପରୋକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,
ଦୁଇ କମିଟିର ସଭ୍ୟ ସଭ୍ୟା ଓ ଖଲିକୋଟ ଅଧିବାସୀ ସହଯୋଗ
କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।