ବ୍ରହ୍ମପୁର,୨୦/୦୯(ପିପିଟି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାଳପାଳି ପଞ୍ଚାୟତ ଅନ୍ତର୍ଗତ ଗୋଡଭଞ୍ଜା ଗ୍ରାମର ବରିଷ୍ଠ ଆଦିବାସୀ ନେତା ଅନ୍ତରାମ ବାଣୁଆଙ୍କ ବ୍ରହ୍ମପୁର ଏମକେସିଜି ମେଡିକାଲ ଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଦିନ ଦେହାନ୍ତ ହୋଇଛି । ମୃତ୍ୟୃ ବେଳକୁ ସ୍ବର୍ଗତ ବାଣୁଆଙ୍କୁ ୭୧ ବର୍ଷ ହୋଇଥିଲା । ମୃତ୍ୟୃବେଳେ ବ୍ରହ୍ମପୁର ମେଡିକାଲ ଠାରେ ବଡ ପୁଅ ଓ ଦୁଇ ଝିଅ ଉପସ୍ଥିତ ଥିଲେ । ସ୍ବର୍ଗତ ବାଣୁଆ ଆଦିବାସୀ ସଂଘର ଜଣେ ଟାଣୁଆ କାର୍ଯ୍ୟକର୍ତ୍ତା ଭାବେ ଜଣାଶୁଣା । ସେ ନିଜ ଅଞ୍ଚଳର ଆଦିବାସୀ ସମାଜର ଉନ୍ନତି ପାଇଁ ବିଭିନ୍ନ ସମୟରେ କାର୍ଯ୍ୟ କରିଥିଲେ । ତାଙ୍କର ସରଳ ବ୍ୟବହାର ଓ ସାମାଜିକ କାର୍ଯ୍ୟକଳାପ ପାଇଁ ସେ ଅଞ୍ଚଳରେ ବେଶ ପରିଚିତ ଥିଲେ । ସ୍ବର୍ଗତ ବାଣୁଆଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡ ପୁଅ ନିହାର ରଞ୍ଜନ ବାଣୁଆ ଓ ସାନପୁଅ କୋଫିଆ ଆନନ୍ଦ ବାଣୁଆ ମୁଖାଗ୍ନି ଦେଇଥିଲେ । ଏହି ସମୟରେ ପରିବାର ବର୍ଗ,ସମ୍ପର୍କୀୟ ଓ ସ୍ଥାନୀୟ ଲୋକ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅନ୍ତିମ ବିଦାୟ ଜଣାଇଥିଲେ ।