ଗେଙ୍ଗୁଟି ନଦୀରେ ଅଘଟଣ, ବୁଡ଼ି ଦମ୍ପତି ନିଖୋଜ ।

0 0

ଯାଜପୁର,୧୪/୦୯(ପିପିଟି ):ଗେଙ୍ଗୁଟି ନଦୀରେ ବୁଡ଼ି ଦମ୍ପତି ନିଖୋଜ ହୋଇଥିବା ଅଭିଯୋଗ। ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗେଙ୍ଗୁଟି ନଦୀ ବାଲିଘାଟରେ ଏହି ଅଘଟଣ ଘଟିଛି।

ନିଖୋଜ ଦମ୍ପତି ହେଲେ ବାଲିକୁଦା ଗାଁର ସୁଧାକର ଓଝା ଓ ତାଙ୍କ ପତ୍ନୀ ସୁଲୋଚନା ଓଝା। ଉଭୟ ନଦୀକୁ ଗାଧୋଇବାକୁ ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ।

ନଦୀକୂଳରେ ସେମାନଙ୍କ ବାଲ୍ଟି, ଲୁଗାପଟା ଓ ଚପଲ ମିଳିଥିବାରୁ ଉଭୟ ନଦୀରେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନଦୀରେ ଉଭୟଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳର ସନ୍ଧାନ ଅଭିଯାନ ଜାରି ରହିଛି।

Leave A Reply

Your email address will not be published.