୩୫୨ଟି ବଜ୍ରକାପ୍ତା କାତି ଜବତ ,୬ ଅଭିଯୁକ୍ତ ଗିରଫ ।

0 1

ମାଲକାନଗିରି,୧୪/୦୯(ପିପିଟି):ମାଲକାନଗିରି ବନ ବିଭାଗକୁ କର୍ମଚାରୀ ଦ୍ବାରା ୩୫୨ ଟି ବଜ୍ରକାପ୍ତା କାତି ଜବତ କରିଥିବା ବେଳେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ବଜ୍ର କାପ୍ତାର କାତିର ଓଜନ ପ୍ରାୟ ୨ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ଗିରଫ ୬ ଜଣଙ୍କ ମଧ୍ୟରୁ ୨ ଜଣ ବାହାର ଜିଲ୍ଲାର ହୋଇଥିବା ବେଳେ ୪ ଜଣ ମାଲକାନଗିରି ଜିଲ୍ଲାର ବୋଲି ମାଲକାନଗିରି ଡିଏଫଓ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏମାନଙ୍କ ନିକଟରୁ ୩ଟି ମଟରସାଇକେଲ ଓ ୫ଟି ମୋବାଇଲ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ମାଥିଲି ଏବଂ ମାଲକାନଗିରି ବନକର୍ମଚାରୀମାନେ ସତୀଗୁଡା ନିକଟରେ ଚୋରା ଚାଲାଣକାରୀଙ୍କୁ କାବୁ କରିଥିଲା । କୁହାଯାଉଛି ବଜ୍ରକାପ୍ତା କାତି ସେମାନେ ବାହାର ରାଜ୍ୟକୁ ଚୋରା ଚାଲାଣ କରିଥାନ୍ତା ।ଏହି ବଜ୍ରକାପ୍ତା କାତି କେଉଁଠୁ ଆସିଲା ଓ ଏହାକୁ କେଉଁଠି ଚୋରା ଚାଲାଣ କରାଯାଉଥିଲା ଆଉ ଏହା ପଛରେ କେଉଁ ମାନେ ସାମିଲ୍ ଅଛନ୍ତି ସେସବୁ ଦିଗକୁ ନେଇ ବନ ବିଭାଗର ତଦନ୍ତ ଜାରି ରହିଛି ବୋଲି ମାଲକାନଗିରି ଡିଏଫଓ ଡି.ସାଇ କିରଣ ପ୍ରାକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ପ୍ରିୟଙ୍କା ମହୁକା, ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ ସହିତ ବନବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.