ଦେଶରେ ୩୨୬୯୫ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୨୦୭୮୩ ଏବଂ ମୃତ ସଂଖ୍ୟା ୬୦୬ ।

0 2,129

ନୂଆଦିଲ୍ଲୀ,୧୬/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ସକାଳ ସୁଦ୍ଧା ୩୨୬୯୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୨୦୭୮୩ ଏବଂ  ୬୦୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୯,୬୮,୮୭୬ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪,୯୧୫ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୬,୧୨,୮୧୫ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୨,୭୫,୬୪୦ ଆକ୍ରାନ୍ତ,୧,୫୨,୬୧୩ ସୁସ୍ଥ ଏବଂ ୧୦୯୨୮ ମୃତ । ତାମିଲନାଡୁରେ ୧,୫୧,୮୨୦ ଆକ୍ରାନ୍ତ, ୧,୦୨,୩୧୦ ସୁସ୍ଥ ଏବଂ ୨୧୬୭ ମୃତ । ଦିଲ୍ଲୀରେ ୧,୧୬,୯୯୩ ଆକ୍ରାନ୍ତ, ୯୫,୬୯୯ ସୁସ୍ଥ ଏବଂ ୩୪୮୭ ମୃତ । କର୍ଣ୍ଣାଟକରେ ୪୭,୨୫୩ ଆକ୍ରାନ୍ତ,୧୮,୪୬୬ ସୁସ୍ଥ ଏବଂ ୯୨୮ ମୃତ । ଗୁଜୁରାଟରେ ୪୪,୫୫୨ ଆକ୍ରାନ୍ତ,୩୧,୨୮୬ ସୁସ୍ଥ ଏବଂ ୨୦୭୯ ମୃତ । ଉତ୍ତରପ୍ରଦେଶ ରେ ୪୧,୩୮୩ ଆକ୍ରାନ୍ତ,୨୫,୭୪୩ ସୁସ୍ଥ ଏବଂ ୧୦୧୨ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.